ପାଇଲଟଙ୍କୁ ଚାପୁଡ଼ା ମାରିଲେ ଯାତ୍ରୀ

୩.୩ ଡିଗ୍ରୀ ତାପମାତ୍ରା ସହ ରେକର୍ଡ ଭାଙ୍ଗିଛି ଦିଲ୍ଲୀର ଶୀତ। ପ୍ରବଳ ଜାଡ ସାଙ୍ଗକୁ ଘନ କୁହୁଡିରେ ଆଚ୍ଛାଦିତ ଦିଲ୍ଲୀ ବାୟୁ ମଣ୍ଡଳ। ପାଣିପାଗକୁ ଦୃଷ୍ଟିରେ ରଖି ଶତାଧିକ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିରେ ଉତକ୍ଷିପ୍ତ ହୋଇ ଜଣେ ଯାତ୍ରୀ ବିମାନ ମଧ୍ୟରେ ହଙ୍ଗାମା କରିଛନ୍ତି।

ଇଣ୍ଡିଗୋ ଫ୍ଲାଇଟର ଜଣେ ଯାତ୍ରୀ ପାଇଲଟକୁ ଶକ୍ତ ଚାପୁଡା ମାରିବାର ଭିଡିଓ ଭାଇରାଲ୍ ହେଉଛି। ପାଇଲଟ ଜଣକ ‘ବିମାନ ଉଡାଣ ବିଳମ୍ବ’ ହେବା ନେଇ ଘୋଷଣା କରିବା ସମୟରେ ଜାତ୍ରୀ ଜଣଙ୍କ ହଠାତ୍ ସିଟରୁ ଉଠି ତାଙ୍କୁ ଚାପୁଡା ମାରିଥିବା ଦେଖିବାକୁ ମିଳୁଛି।

Comments are closed.