ଚଳଚ୍ଚିତ୍ର “ପ୍ରତୀକ୍ଷା” ଦକ୍ଷିଣ ଏସିଆନ ଫିଲ୍ମ ଫେଷ୍ଟିଭାଲ ରେ ସ୍ଥାନିତ

ଆଇଏଫଏଫଆଇରେ ପ୍ରଥମ ଥର ପରେ ଏବେ ଡିସିଏସଏଏଫଏଫରେ ପ୍ରଦର୍ଶନ ତାଲିକାରେ ବି ସ୍ଥାନ ପକ୍କା କରିଛି ଓଡ଼ିଆ ଫିଲ୍ମ ପ୍ରତୀକ୍ଷା । ୱାଶିଂଟନ୍ ଡିସି ଏଏମସି ମଣ୍ଟୋଗୋମେରି ସିକ୍ଟିନ୍ ଠାରେ ଆସନ୍ତା ନଭେମ୍ବର ୫ ତାରିଖ ପୂର୍ବାହ୍ନ 11.30 ମିନିଟରେ ଅନୁଷ୍ଠିତ ହେବ ପ୍ରତୀକ୍ଷାର ୱାର୍ଲ୍ଡ ପ୍ରିମିଅର୍ । ତେଣୁ କେବଳ ଫିଲ୍ମ କ୍ରୁ ମେମ୍ବରଙ୍କ ପାଇଁ ନୁହେଁ ସମଗ୍ର ଓଡ଼ିଶା ଓ ଓଡ଼ିଆଙ୍କ ଏହା ଗର୍ବ ଗୌରବର ମୁହୂର୍ତ୍ତ । ୱାଶିଂଟନ୍ ଡିସିରେ ଆସନ୍ତା ନଭେମ୍ବର 4 ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷୀଣ ଏସୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ପ୍ରତୀକ୍ଷା ।

ଏଥିରେ ଦକ୍ଷୀଣ ଏସିଆ ଉପମହାଦେଶ ଚଳଚ୍ଚିତ୍ର ବର୍ଗରେ ଚୟନ ହୋଇଥିବା ଅନେକଗୁଡ଼ିଏ ମଧ୍ୟରୁ ଅନ୍ୟତମ ଚଳଚ୍ଚିତ୍ର ପ୍ରତୀକ୍ଷା । ତେଣୁ ବିଶ୍ବର ଯେ କୌଣସି ସ୍ଥାନରେ ଥିବା ପ୍ରତ୍ୟେକ ଓଡ଼ିଆ ଭାଇ-ଭଉଣୀଙ୍କୁ ମୋର ଆନ୍ତରିକ ଅନୁରୋଧ ଯେ ପ୍ରତୀକ୍ଷା ଫିଲ୍ମକୁ ଦେଖନ୍ତୁ ଓ ଓଡ଼ିଆ ସିନେ ଶିଳ୍ପର ଉତ୍କର୍ଷ ପାଇଁ ଆଗେଇ ଆସନ୍ତୁ । ଆସନ୍ତା ଡ଼ିସେମ୍ବର ରେ ମୁକ୍ତିଲାଭ କରିବାକୁ ଯାଉଛି ଚଳଚ୍ଚିତ୍ର ପ୍ରତୀକ୍ଷା l

Comments are closed.