ନୂଆ-ଓ କାର୍ଯ୍ୟକ୍ରମକୁ ବନ୍ଦ କଲେ ମୋହନ ସରକାର

ବିଜେଡି ସରକାରଙ୍କ ‘ନୂଆ-ଓ’ (ନୂତନ ଉନ୍ନତି ଅଭିଳାଷ-ଓଡ଼ିଶା) କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ବନ୍ଦ ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ବଜେଟରେ କୌଣସି ବ୍ୟୟ ବରାଦ କରାଯାଇ ନାହିଁ। ତେବେ ଅଭାବରେ ପଡ଼ି ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିବା ପିଲାଙ୍କ ଭବିଷ୍ୟତ ପାଇଁ ଆର୍ଥିକ ସହାୟତା ଦେବା ସକାଶେ ରାଜ୍ୟ ସରକାର ପିଜି ଓ ୟୁଜି ପିଲାଙ୍କୁ ନୂଆ ସ୍କିମ୍‌ ଯୋଗାଇ ଦେବେ।

ରାଜ୍ୟ ସରକାର ଫାଇନାନ୍ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ୍‌ ସ୍କିମ ଆରମ୍ଭ କରିବେ। ଚଳିତ ବର୍ଷଠାରୁ ଏହି ନୂଆ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି। ଯୋଜନାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି ନେଇ କାର୍ଯ୍ୟ ଚାଲିଛି। ବିଜେଡି ସଭ୍ୟ ଚକ୍ରମଣି କଅଁରଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ସୂଚନା ଦେଇଛନ୍ତି।

Comments are closed.