ଗିରଫ ହେଲେ ମନ୍ତ୍ରୀ

କୋଲକାତା: ‘ରେସନ୍‌’ ଦୁର୍ନୀତିରେ ସମ୍ପୃକ୍ତି ଥିବା ଅଭିଯୋଗରେ ଗୁରୁବାର ବିଳମ୍ବିତ ରାତ୍ରରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ପଶ୍ଚିମବଙ୍ଗର ମନ୍ତ୍ରୀ ତଥା ‘ତୃଣମୂଳ କଂଗ୍ରେସ’ର ନେତା ଜ୍ୟୋତିପ୍ରିୟ ମଲ୍ଲିକଙ୍କୁ ଗିରଫ କରିଛି।

କୋଲ୍‌କାତା ନଗରୀ ଉପକଣ୍ଠ ଅନ୍ତର୍ଗତ ସଲ୍‌ଟ୍‌ ଲେକ୍‌ ଅଞ୍ଚଳରେ ଥିବା ମନ୍ତ୍ରୀଙ୍କ ବାସଭବନ ତଲାସ କର‌ାଯିବାର ଦିନକ ପରେ ପ୍ରବର୍ତ୍ତନ ନିର୍ଦେଶାଳୟଦ୍ବାରା ସେ ଗିରଫ ହୋଇଛନ୍ତି।

ଜାରି କରିଥିବା ବିବୃତିରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କହିଛି, ‘ରେସନ୍‌’ ବଣ୍ଟନରେ ହୋଇଥିବା ଦୁର୍ନୀତି ଅଭିଯୋଗ ମାମଲାରେ ସମ୍ପୃକ୍ତ ଥିବା କାରଣରୁ ପଶ୍ଚମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ ପ୍ରବର୍ତ୍ତନ ନିର୍ଦେଶାଳୟଦ୍ବାରା ଗିରଫ ହୋଇଛନ୍ତି।

Comments are closed.