ବିଚାର ଚାଲିଥିବା ବେଳେ କଟିଲା କରେଣ୍ଟ, ରାଗିଗଲେ ବିଚାରପତି

କୋର୍ଟରେ ଚାଲିଥିବା ଶୁଣାଣି। ଏହି ସମୟରେ ଅଚାନକ ପ୍ରାୟ ୨ ଘଣ୍ଟା କାଳ କଟିଗଲା ଲାଇନ୍‌। ଏହି ଘଟଣାକୁ ବିଚାରପତି ଅତ୍ୟନ୍ତ ଦୟନୀୟ କହିବା ମୁଖ୍ୟ ଶାସନ ସଚିବଙ୍କ ଉପରେ ବର୍ଷିଛନ୍ତି। ଏହି ଘଟଣାର ସମୀକ୍ଷା କରିବା ସହ ସ୍ଥାୟୀ ସମାଧାନ ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଜମ୍ମୁ କଶ୍ମୀରରେ ଘଟିଛି।

ଜମ୍ମୁ କଶ୍ମୀରରେ ଶୀତ ଦିନେ ଆବଶ୍ୟକ ମାତ୍ରାରେ ବିଦ୍ୟୁତ୍‌ ଉତ୍ପାଦନ ହୋଇ ପାରେନାହିଁ। ଫଳରେ ସେଠାରେ ବିଦ୍ୟୁତ୍‌ କାଟ ସମସ୍ୟା ଦେଖାଯାଇଥାଏ । ଘଟଣା ଦିନ ଜମ୍ମୁ କଶ୍ମୀର ଉଚ୍ଚ ନ୍ୟାୟଳୟରେ କଶ୍ମୀର ବିଶ୍ୱବିଦ୍ୟାଳୟ ସମ୍ପର୍କୀତ ମାମଲାର ଶୁଣାଣି ଚାଲିଥିଲା। ମାତ୍ର ଶୁଣାଣି ବେଳେ ଦୁଇ ଘଣ୍ଟା କାଳ ଲାଇନ୍‌ କଟି ଯାଇଥିଲା।

ଏଥିଯୋଗୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ମୁଖ୍ୟ ଶାସନ ସଚିବଙ୍କ ଉପରେ ବର୍ଷିଛନ୍ତି ବିଚାରପତି । ଏନେଇ କୋର୍ଟ ତରଫରୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଘଟଣା ସମ୍ପର୍କରେ ଅବଗତ କରାଯାଇଛି।

Comments are closed.