ବଢୁଛି ଶିଶୁ ମୃତ୍ୟୁ ହାର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮ ଦିନରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଡିଏମ୍‌ଓ କିଶୋର ପୃଷ୍ଟି ରବିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ମାସ ବର୍ତ୍ତମାନ ପର୍ୟ୍ୟନ୍ତ ଡାକ୍ତରଖାନାରେ ୧୨୨ ଜଣ ଶିଶୁ ଭର୍ତ୍ତି ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ଘଟିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଡାକ୍ତରଖାନାରେ ୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହେବା ପରେ ଡାକ୍ତର ପୃଷ୍ଟି ପ୍ରତିକ୍ରିୟା ଦେଇ ଏହି ତଥ୍ୟ ପ୍ରଦାନ କରିଛନ୍ତି। ଏହା ସହିତ ଗତକାଲି ଠାରୁ ଆଜି ପର୍ୟ୍ୟନ୍ତ ମୋଟ ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ସେ କହିଛନ୍ତି। ତେବେ ଏହା ପଛରେ ଡାକ୍ତରଙ୍କ ଅବହେଳା ଅଭିଯୋଗକୁ ସେ ସ୍ୱୀକାର କରି ନାହାନ୍ତି। ଏନେଇ ତଦନ୍ତ ହେବ ବୋଲି ସେ କହିଛନ୍ତି।

ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଅତିରିକ୍ତ ଏସ୍‌ପି ଓ ଉପଜିଲ୍ଲାପାଳ ପହଞ୍ଚିଛନ୍ତି। ଏହା ସହିତ ପୁଲିସ୍ ଫୋର୍ସକୁ ମୁତୟନ କରାଯାଇଛି। ଗତ ୨୪ ଘଣ୍ଟାରେ ଯେଉଁମାନଙ୍କ ଶିଶୁଙ୍କ ମୃତ୍ୟୁ ଘଟିଛି ଅତିରିକ୍ତ ଏସ୍‌ପି ଓ ଉପଜିଲ୍ଲାପାଳ ସେମାନଙ୍କ ସହିତ ଆଲୋଚନା କରୁଛନ୍ତି।

Comments are closed.