ଆକାଶରେ ଜଲୱା ଦେଖାଇବ ଭାରତୀୟ ବାୟୁସେନା

ଭୁବନେଶ୍ୱର: ଆସନ୍ତା କାଲି ଆକାଶରେ ନିଜର ଜଲୱା ଦେଖାଇବ ଭାରତୀୟ ବାୟୁସେନା । ବାୟୁସେନା ପକ୍ଷରୁ ଆୟୋଜିତ ହେବାକୁ ଥିବା ସୂର୍ୟ୍ୟକିରଣ ଏୟାରସୋ’ର ଫୁଲ୍‌ ରିହର୍ସଲ ଆଜି ଅନୁଷ୍ଠିତ ହୋଇଛି । ଫୁଲ୍‌ ଡ୍‌ରେସ ରିହର୍ସଲ କରିଛି ସୂର୍ୟ୍ୟକିରଣ ଟିମ୍‌ । ଆସନ୍ତାକାଲି ଭୁବନେଶ୍ୱରରେ ବାୟୁସେନା ପକ୍ଷରୁ ପୂରା ସୋ’ ପ୍ରଦର୍ଶିତ କରାଯିବ । ଏହା ପୂର୍ବରୁ ବୁଧବାର ବାୟୁସେନାର ବରିଷ୍ଠ ଅଧିକାରୀ ଓ ଡିସିପି କୁଆଖାଇ ବାଲିଯାତ୍ରା ପଡିଆ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି । ସୂର୍ୟ୍ୟକିରଣ ଏୟାର ସୋ’ ୧୮ରୁ ୨୦ ମିନିଟ୍‌ ବିଶିଷ୍ଟ ହେବ । ଭୂମିର ୫୦୦ରୁ ୧ହଜାର ଫୁଟ ଉଚ୍‌ଚରେ ବାୟୁସେନା ତା’ର କଳା ପ୍ରଦର୍ଶନ କରିବ ।

ପ୍ରଥମ ପର୍ୟ୍ୟାୟରେ ଏକକାଳୀନ ୯ଟି ବିମାନ ଉଡିବ । ଦ୍ୱିତୀୟ ପର୍ୟ୍ୟାୟରେ ୨ଟି ଲେଖାଏଁ ବିମାନ ଘଣ୍ଟାପ୍ରତି ୧୬୦୦ କିଲୋମିଟର ବେଗରେ ୨୦୦ରୁ ୩୦୦ ଫୁଟ୍‌ ଉଚ୍‌ଚରେ କୌଶଳ ଦେଖାଇବେ । ଆସନ୍ତାକାଲି ଦିନ ୧୦ଟାରୁ ୧୧ଟା ଭିତରେ ସୂର୍ୟ୍ୟକରଣ ସୋ’ ପ୍ରଦର୍ଶନ ହେବ । ବଡ କଥା ହେଉଛି ଏହି ପ୍ରଦର୍ଶନରେ ସାମିଲ୍‌ ହେବେ ମହିଳା । ଏହି ସୋ’ ଦେଖିବା ପାଇଁ ପ୍ରବଳ ଜନ ସମାଗମ ହେବ । ଏହା ପରେ ୧୮ ତାରିଖରେ ପୁରୀରେ ହେବ ବାୟୁସେନାର ଏୟାର ସୋ ।

Comments are closed.