ବର୍ଷାଙ୍କୁ ନୋଟିସ ପଠାଇଲେ ହାଇକୋର୍ଟ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ଆବେଦନକୁ ଗ୍ରହଣ କରିଛନ୍ତି ହାଇକୋର୍ଟ। ଏହି ମାମଲାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ। ତଳ କୋର୍ଟର ରେକର୍ଡ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେବେ ଦେଇଛନ୍ତି । ନଭେମ୍ବର ୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

ସେପଟେ ଆଜି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଅନୁଭବ। କଟକ ପରିବାର ଅଦାଲତ ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି ସାଂସଦ ସୁପରଷ୍ଟାର ଅନୁଭବ ମହାନ୍ତି। ପରିବାର ଅଦାଲତର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟର କରିଛନ୍ତି।

ଗତ ସେପ୍ଟେମ୍ବର ୨୨ ତାରିଖରେ ରାୟ ଶୁଣାଇଥିଲେ କଟକ ପରିବାର ଅଦାଲତ। ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ ଆବେଦନ କରିଥିଲେ ଅନୁଭବ। ତେବେ ଏହି ଆବେଦନକୁ ଖାରଜ କରିଥିଲେ କୋର୍ଟ। ପତ୍ନୀ ବର୍ଷା ମଧ୍ୟ ଏକତ୍ର ରହିବା ପାଇଁ ଏକ ପିଟିସନ କରିଥିଲେ । ସେହି ପିଟିସନକୁ ମଧ୍ୟ ଅଗ୍ରାହ୍ୟ କରିଦେଇଥିଲେ ପରିବାର ଅଦାଲତ। ଆଇନଜୀବୀ ଲଳିତେନ୍ଦୁ ମିଶ୍ରଙ୍କ ଜରିଆରେ ହାଇକୋର୍ଟରେ ଅନୁଭବ ମହାନ୍ତି ଏହି ଆବେଦନ କରିଛନ୍ତି ।

Comments are closed.