ସୁପ୍ରିମକୋର୍ଟରେ ନିଟ୍ ୟୁଜି ମାମଲାର ଶୁଣାଣି ଘୁଞ୍ଚିଲା ,ଜୁଲାଇ ୧୮ରେ ହେବ ପରବର୍ତ୍ତୀ ଶୁଣାଣି । ନ୍ୟୁଜ୍
ଘୁଞ୍ଚିଲା ନିଟ୍ ମାମଲାର ଶୁଣାଣି। ଆସନ୍ତା ଜୁଲାଇ ୧୮ ତାରିଖରେ ମାମଲାର ଶୁଣାଣି ଧାର୍ୟ୍ୟ କଲେ ସୁପ୍ରିମକୋର୍ଟ। ପ୍ରଶ୍ନପତ୍ର ଲିକ, ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ନେଇ କେନ୍ଦ୍ର ସରକାର ଏବଂ ଏନଟିଏ ସର୍ବୋଚ୍ଚ ଅଦାତଲରେ ସତ୍ୟପାଠ ଦାଖଲ କରିଥିଲେ। ଏହା ଉପରେ ଅଭିଯୋଗକାରୀଙ୍କ ପ୍ରତିକ୍ରିୟା ଆସିପାରିନଥିବାରୁ ମାମଲାର ଶୁଣାଣି ଘୁଞ୍ଚାଇ ଦେଇଛନ୍ତି କୋର୍ଟ। ମାମଲାର ଶୁଣାଣି ପୂର୍ବରୁ ପ୍ରତିପକ୍ଷଙ୍କୁ ସେମାନଙ୍କ ପକ୍ଷ ରଖିବାକୁ ୭ ଦିନ ସମୟ ଦେଇଛନ୍ତି ସରକାର।
ନିଟ୍ ପରୀକ୍ଷାରେ ଅବ୍ୟବସ୍ଥା, ତୃଟି, ପ୍ରଶ୍ନପତ୍ର ଲିକକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ୪୩ ପିଟିସନର ଆଜି ଶୁଣାଣି ହେବାର ଥିଲା। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥାନ୍ତୋ ଏହା ପୁର୍ବରୁ ଆଜି ସୁପ୍ରିମକୋର୍ଟରେ ସିବିଆଇ ତଦନ୍ତ ରାପୋର୍ଟର ଚାର୍ଜସିଟ୍ ଦାଖଲ କରିଥିଲା। ବୁଧବାର କେନ୍ଦ୍ର ସରକାର ଏନେଇ ଶପଥ ପାଠ ଦାଖଲ କରିଥିଲେ।
Comments are closed.