ସୀମା ବିବାଦକୁ ନେଇ ମୁହଁ ଖୋଲିଲେ ଇର୍ଷ୍ଟନ କମାଣ୍ଡରର ମୁଖ୍ୟ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତ-ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଇର୍ଷ୍ଟନ କମାଣ୍ଡରର ମୁଖ୍ୟ ଲ୍ୟୁଟନାଣ୍ଟ ଜେନେରାଲ ଆର.ପି କଲିତା ନିଜର ପ୍ରତିକ୍ରିୟା ରଖିଛନ୍ତି। ଶୁକ୍ରବାର ବିଜୟ ଦିବସର ୫୧ତମ ବାର୍ଷିକୀ ଅବସରରେ କୋଲକାତାରେ ପୁଷ୍ପମାଲ୍ୟ ଅର୍ପଣ ସମାରୋହରେ ଆରପି କାଲିତା ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ, ପିଏଲ୍‌ଏ ଏଲ୍‌ଏସିରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲା। ଏହାକୁ ବିରୋଧ କରି ଉଭୟ ପକ୍ଷର ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଯେଉଁଥିରେ ଅନେକ ଯବାନ ଆହତ ହୋଇଥିଲେ। ଏହି ଘଟଣା ପରେ ସ୍ଥାନୀୟ ସ୍ତରରେ ଏହାକୁ ସମାଧାନ କରାଯାଇଥିଲା। ଏହାକୁ ନେଇ ବୁମ୍‌ଲାରେ ଏକ ଫ୍ଲାଗ୍‌ ମିଟିଂ ମଧ୍ୟ କରାଯାଇଥିଲା। ବର୍ତ୍ତମାନ ଏଲ୍‌ଏସିରେ ପରିସ୍ଥିତି ନିୟନ୍ତ୍ରଣ ରହିଛି ବୋଲି ଲ୍ୟୁଟନାଣ୍ଟ ଜେନେରାଲ ଆର.ପି କଲିତା କହିଛନ୍ତି। ତେବେ ଶାନ୍ତି ହେଉ କିମ୍ବା ସଂଘର୍ଷ ପ୍ରାଥମିକ କାର୍ଯ୍ୟ ହେଉଛି ବାହ୍ୟ କିମ୍ବା ଆଭ୍ୟନ୍ତରୀଣ ବିପଦ ବିରୋଧରେ ଦେଶର ଆଞ୍ଚଳିକ ଅଖଣ୍ଡତା ନିଶ୍ଚିତ କରିବା ବୋଲି ଇର୍ଷ୍ଟନ କମାଣ୍ଡରର ମୁଖ୍ୟ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୮ ଓ ୯ ତାରିଖ ରାତିରେ ପ୍ରାୟ ୩୦୦ ଚୀନ ସୈନ୍ୟ ଭାରତୀୟ ଅଂଚଳରେ ଅନୁପ୍ରବେଶ କରିବା ପରେ ସେଠାରେ ଥିବା ଭାରତୀୟ ସୈନ୍ୟଙ୍କ ସହ ପ୍ରଥମେ ଯୁକ୍ତିତର୍କ ଓ ପରେ ହାତାହାତି ହୋଇଥିଲେ ।

Comments are closed.