ମୁହାଁମୁହିଁ ହେଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ତିରୁଅନନ୍ତପୁରମ୍ : ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ବାରମ୍ବାର ଅଭିଯୋଗ କରୁଥିବା ବେଳେ ରାଜ୍ୟପାଳ ଏହାର କଡ଼ା ଜବାବ ଦେଇଛନ୍ତି। ତାଙ୍କ ହସ୍ତକ୍ଷେପର ଗୋଟିଏ ବି ପ୍ରମାଣ ଦେଲେ ସେ ରାଜ୍ୟପାଳ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି ଖାନ୍।

ଖାନ୍ କହିଛନ୍ତି, ସେମାନେ ବାରମ୍ବାର ଅଭିଯୋଗ କରୁଛନ୍ତି ଯେ ଆର୍‌ଏସ୍‌ଏସ୍‌ ଲୋକଙ୍କୁ ଆଣିବା ପାଇଁ ମୁଁ ଉଦ୍ୟମ କରୁଛି। ମୁଁ ଯଦି ଜଣେ ଲୋକର ବି ନାମ ସୁପାରିସ କରିଥାଏ, ସେ ଆର୍‌ଏସ୍‌ଏସ୍‌ର ହୁଅନ୍ତୁ ବା ନ ହୁଅନ୍ତୁ, ତେବେ ତା’ର ପ୍ରମାଣ ଦେଲେ ମୁଁ ଇସ୍ତଫା ଦେବି। ସେ (ମୁଖ୍ୟମନ୍ତ୍ରୀ ବିଜୟନ୍) ପ୍ରମାଣ ଦେଇ ନ ପାରିଲେ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି କି? ଖାନ୍ କହିଛନ୍ତି, ମୁଖ୍ୟମନ୍ତ୍ରୀ କହୁଛନ୍ତି ମୁଁ ସମାନ୍ତରାଳ ସରକାର ଚଳାଇଛି ଏବଂ ସେମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ଚେଷ୍ଟା କରୁଛନ୍ତି? କେମିତି ଉନ୍ନତି କରୁଛନ୍ତି? ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନ ଥିବା ସିପିଆଇଏମ୍ ନେତାଙ୍କ ସମ୍ପର୍କୀୟଙ୍କୁ ବିଶ୍ବବିଦ୍ୟାଳୟରେ ଚାକିରି ଦେଇ? ମୁଖ୍ୟମନ୍ତ୍ରୀ ତାଙ୍କ ସୀମା ଅତିକ୍ରମ କରୁଛନ୍ତି ବୋଲି ରାଜ୍ୟପାଳ ଖାନ୍ ଅଭିଯୋଗ କରିଛନ୍ତି।

Comments are closed.