୯୮ ବର୍ଷ ବୟସରେ ସ୍ବାଧୀନତା ସଂଗ୍ରାମୀଙ୍କ ଦେହାନ୍ତ
ବାଲେଶ୍ଵର(ଲଷ୍ମୀଧର ପ୍ରଧାନ) : ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକର ଶେଷ ସ୍ବାଧୀନତା ସଂଗ୍ରାମୀଙ୍କ ଆଜି ଦେହାନ୍ତ ହୋଇଛି । ସୂଚନାରୁ ପ୍ରକାଶ ଯେ ବାଲିଆପାଳ ବ୍ଲକ ଡଗରା ପଞ୍ଚାୟତର ଡଗରା ଗ୍ରାମର ସ୍ବାଧୀନତା ସଂଗ୍ରାମୀ ଶ୍ରୀକାନ୍ତ ନାୟକଙ୍କ ୯୮ ବର୍ଷ ବୟସରେ ଡଗରାସ୍ଥିତ ବାସଭବନରେ ଦେହାନ୍ତ ହୋଇଥିଲା ବେଳେ ଖବର ଲେଖା ହେଲା ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ତାଙ୍କ ପାଖରେ ପହଞ୍ଚି ନଥିବାବେଳେ ବ୍ଲକ୍ ରେ ସେ ଶେଷ ସ୍ବାଧୀନତା ଭାବରେ ଜୀବିତ ଥିବାବେଳେ ତାଙ୍କୁ ପ୍ରସାଶନ କିନ୍ତୁ ସମ୍ମାନ ନଜଣାଇବାକୁ ନେଇ ସ୍ଥାନୀୟ ଅଞ୍ଚଳରେ କ୍ଷୋଭ ପ୍ରକାଶ ପାଇଛି। ଶ୍ରୀଯୁକ୍ତ ନାୟକ ଇଂରେଜ ବିରୋଧରେ ଲଢ଼େଇ କରି ବହୁବାର ଜେଲମଧ୍ୟ ଯାଇଥିଲେ । ତେବେ ତାଙ୍କ ମୃତ୍ୟୁରେ ବାଲିଆପାଳ ରେ ଶୋକର ଛାୟା ଖେଳିଯାଇଛି।
Comments are closed.