କଂଗ୍ରେସର ଭବିଷ୍ୟତ ନେଇ ଏମିତି କହିଲେ ପୂର୍ବତନ ପିସିସି ସଭାପତି
ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ଭବିଷ୍ୟତ ନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୨୦୨୪ ହେଉଛି କଂଗ୍ରେସ ପାଇଁ ଶେଷ ସୁଯୋଗ । ବିଜେଡି-ବିଜେପି ଏକାଠି ଅଛନ୍ତି, କଂଗ୍ରେସ ଏକମାତ୍ର ବିକଳ୍ପ ।
ସେ ଦୃଷ୍ଟିରୁ ଦେଖିଲେ ୨୦୨୪ ହେଉଛି ଆମ ପାଇଁ ଶେଷ ସୁଯୋଗ । ଯଦି ୨୦୨୨୪ରେ ଜିତୁ ତେବେ ୧୦/୧୫ ବର୍ଷ କ୍ଷମତାରେ ରହିବୁ । ୨୦୨୪ ପାଇଁ ଏକଜୁଟ ନହେଲେ ଭଗବାନ ବି ସାହାଯ୍ୟ କରିବେନି ବୋଲି ଜୟଦେବ ଜେନା କହିଛନ୍ତି ।
ପ୍ରକାଶ ଯେ, କଂଗ୍ରେସରେ ଯେତେ ଚେଷ୍ଟା କଲେ ବି ଦଳୀୟ କନ୍ଦଳ ପିଛା ଛାଡ଼ୁନାହିଁ । ବାରମ୍ବାର ପିସିସି ସଭାପତି ପରିବର୍ତ୍ତନ ହେଉଥିଲେ ବି ସଂଗଠନ ମଜଭୁତ ହୋଇପାରୁନାହିଁ । ନିକଟରେ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦରୁ ଯିବା ପରେ ନୂଆ ପିସିସି ମୁଖିଆଭାବେ ଶରତ ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଛି । ତାଙ୍କ ନିଯୁକ୍ତି ପରେ ସମସ୍ତେ ଭାବୁଥିଲେ କଂଗ୍ରେସ ଏବେ ଉପରକୁ ଉଠିବ । ତେବେ ଏହା ଭିତରେ ବହୁ କର୍ମକର୍ତ୍ତା ସଂଗଠନ ଛାଡ଼ିସାରିଲେଣି । ଦଳୀୟ ଅସନ୍ତୋଷ ଧୀରେ ଧୀରେ ପୁଣି ମୁଣ୍ଡ ଟେକିଲାଣି ।
Comments are closed.