ଦାୟିତ୍ଵ ନେବା ପରେ ପ୍ରଥମ ବୈଠକ କରିବେ ଖାର୍ଗେ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ନଜରେ ରଖି ଏବେଠାରୁ ପ୍ରସ୍ତୁତି ଆରମ୍ଭ କଲାଣି କଂଗ୍ରେସ। ଦଳର ନୂଆ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ ଦାୟିତ୍ୱ ନେବା ପରେ ପ୍ରଥମଥର ପାଇଁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳ ଗଠନ କରିଥିବା ଟାସ୍କ ଫୋର୍ସ ବୈଠକର ଅଧ୍ୟକ୍ଷତା କରିବେ। ତାଙ୍କ ଅଧ୍ୟକ୍ଷତାରେ ଆସନ୍ତା ସୋମବାର ଏହି ଟାସ୍କ ଫୋର୍ସର ପ୍ରଥମ ବୈଠକ ଅନୁଷ୍ଠିତ ହେବ। ଦଳୀୟ ନିର୍ବାଚନ ଜିତିବା ପରେ ପ୍ରଥମଥର ପାଇଁ ଖାଡେଗ ଟାସ୍କ ଫୋର୍ସ ବୈଠକ କରିବାକୁ ଯାଉଛନ୍ତି।

ବୈଠକରେ କଂଗ୍ରେସ ଆଗାମୀ ବିଧାନସଭା ନିର୍ବାଚନ ସମ୍ପର୍କରେ ମଧ୍ୟ ଆଲୋଚନା କରିବ। ଏଥିସହ କ୍ଷମତାସୀନ ବିଜେପିକୁ କାଉଣ୍ଟର କରିବା ପାଇଁ ୨୦୨୪ରେ କ’ଣ ରଣନୀତି କରାଯିବ? କେମିତି ଦଳ ଲୋକଙ୍କ ପାଖରେ ପହଞ୍ଚିବ? ଅନ୍ୟ ବିରୋଧୀ ଦଳଗୁଡ଼ିକ ସହ ମିଶି କଂଗ୍ରେସ ନିର୍ବାଚନ ଲଢ଼ିବ କି ନାହିଁ, ସେ ସବୁ ବିଷୟରେ ବୈଠକରେ ଆଲୋଚନା ହେବ।

Comments are closed.