ବାପା ହେଲେ ତେଜସ୍ୱୀ ଯାଦବ

ନୂଆଦିଲ୍ଲୀ :ବାପା ହେଲେ ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଘରକୁ ଆସିଲେ କୁନି ଅତିଥି। ତେଜସ୍ୱୀ ଯାଦବ ଏକ କନ୍ୟା ସନ୍ତାନର ବାପା ହୋଇଛନ୍ତି। ଟ୍ୱିଟ୍ କରି ଖୋଦ୍ ଏହି ଖୁସି ଖବର ଜଣାଇଛନ୍ତି ସେ।

ତେଜସ୍ୱୀ ଟ୍ୱିଟ୍ କରି କହିଛନ୍ତ, ‘ଈଶ୍ୱର ଆନନ୍ଦିନ ହୋଇ କନ୍ୟା ରତ୍ନକୁ ଉପହାର ଆକାରରେ ପଠାଇଛନ୍ତି।’ ଘରକୁ କନ୍ୟା ରତ୍ନ ଆସିବା ପରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ଖୁସିର ଲହରି ଖେଳି ଯାଇଛି।

ତେଜସ୍ୱୀଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟ ମଧ୍ୟ ଏକ ଟ୍ୱିଟ୍ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି। ରୋହିଣୀ ଆଚାର‌୍ୟ୍ୟ ଟ୍ୱିଟ୍ କରି କହିଛନ୍ତି ଯେ ‘ମୋ ଘର ପ୍ରାଙ୍ଗଣରେ ଆଜି ଖୁସିର ଚିତ୍କାର ଶୁଭୁଛି, ଭଗବାନ ଏପରି ଏକ ଖୁସିର ଉପହାର ଦେଇଛନ୍ତି।’ ରୋହିଣୀ ଆଚାର୍ଯ୍ୟଙ୍କ ଟ୍ୱିଟର ପ୍ରାୟ ୬ ମିନିଟ୍ ପରେ ତେଜସ୍ୱୀ ଯାଦବ ଟ୍ୱିଟ୍ କରିଛନ୍ତି।

Comments are closed.