ଶରଦ ପାୱାରଙ୍କ ଗୋଷ୍ଠୀଙ୍କୁ ନୋଟିସ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ :ନିର୍ବାଚନ ଆୟୋଗ ଏନସିପିର ଶରଦ ପାୱାର ଦଳକୁ ନୋଟିସ ଜାରି କରିଛି। ଏଥିରେ ଅଜିତ ପାୱାରଙ୍କ ପକ୍ଷରେ ହୋଇଥିବା ଦାବି ସମ୍ପର୍କରେ ଏକ ଉତ୍ତର ମଗାଯାଇଛି। ଶରଦ ପାୱାର ଦଳ ଗୁରୁବାର (ଜୁଲାଇ ୨୭) କହିଛନ୍ତି ଯେ ଦଳର ନାମ ଓ ପ୍ରତୀକ ଉପରେ ଦାବି ଉପରେ ମହାରାଷ୍ଟ୍ର ଡେପୁଟି ସିଏମ ଅଜିତ ପାୱାରଙ୍କ ପ୍ରତିକ୍ରିୟା ମାଗି ନିର୍ବାଚନ ଆୟୋଗ ଏକ ଚିଠି ପଠାଇଛନ୍ତି।

ଶରଦ ପାୱାର ଗୋଷ୍ଠୀର ମୁଖପାତ୍ର କ୍ଲାଇଡ କ୍ରାଷ୍ଟୋ କହିଛନ୍ତି ଯେ ସେ ଶୀଘ୍ର ଏହି ଚିଠିର ଉତ୍ତର ଦେବେ। ଅନ୍ୟପକ୍ଷରେ ଅଜିତ ପାୱାର ଦଳର ନେତା ପ୍ରଫୁଲ୍ଲ ପଟେଲ ଏ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି। ପଟେଲ କହିଛନ୍ତି ଯେ ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର ସହ ଜଡିତ ପ୍ରସଙ୍ଗ ଉପରେ ମୁଁ ମନ୍ତବ୍ୟ ଦେବାକୁ ଚାହୁଁ ନାହିଁ।

Comments are closed.