ପୁଣି ବନ୍ଦ ହେଲା ଦିଲ୍ଲୀ ମେୟର ନିର୍ବାଚନ

ନୂଆଦିଲ୍ଲୀ :ପୁଣିଥରେ ଦିଲ୍ଲୀ ମହାନଗର ନିଗମର ମେୟର ନିର୍ବାଚନ ଅଟକିଛି। ନିର୍ବାଚନ ପୂର୍ବରୁ ବିଜେପି ଓ ଆପ୍‌ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ମେୟର ଓ ଡେପୁଟି ମେୟର ପଦ ପାଇଁ ଭୋଟିଂ ହୋଇପାରିନି। ପୂର୍ବରୁ ମଧ୍ୟ ସମାନ କାରଣ ପାଇଁ ୨ ଥର ଦିଲ୍ଲୀ ମେୟର ନିର୍ବାଚନ ସ୍ଥଗିତ ରହିଥିଲା। ଏବେ ତୃତୀୟ ଥର ଭୋଟ ଗ୍ରହଣ ପୂର୍ବରୁ ଗୃହ କାର୍ଯକୁ ବନ୍ଦ କରାଯାଇଛି।

ଉପ ରାଜ୍ୟପାଳ ଭିକେ ସକ୍ସେନା ମନୋନୀତ କରିଥିବା ୧୦ ଜଣ ସଦସ୍ୟଙ୍କୁ ମେୟର ନିର୍ବାଚନରେ ଭୋଟ ଦେବାକୁ ଅଧିକାର ମିଳିଛି। ଏହାକୁ ଆପ୍‌ ସଦସ୍ୟମାନେ ବିରୋଧ କରିବାରୁ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଶେଷରେ ପ୍ରିଜାଇଡିଂ ଅଫିସର ବିନା ଭୋଟରେ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରିଥିଲେ।

Read More

Comments are closed.