ଅକ୍ଟୋବର ମାସକୁ ‘ହିନ୍ଦୁ ଐତିହ୍ୟ ମାସ ରୂପେ ଘୋଷଣା କଲା ଏହି ଦେଶ

ଆଟ୍‌ଲାଣ୍ଟା: ରାଜ୍ୟର ପ୍ରଗତି ପ୍ରତି ଉଦ୍‌ଯୋଗୀ ହିନ୍ଦୁ-ଆମେରିକୀୟଙ୍କ ଅବଦାନକୁ ମାନ୍ୟତା ଦେଇ ଆମେରିକୀୟ ପ୍ରଦେଶ ଜର୍ଜିଆ ଅକ୍ଟୋବର ମାସକୁ ‘ହିନ୍ଦୁ ଐତିହ୍ୟ ମାସ’ ରୂପେ ଘୋଷଣା କରିଛି।

ଏକଥା ଘୋଷଣା କରି ଜର୍ଜିଆର ଗଭର୍ଣ୍ଣର୍‌ ବ୍ରିୟାନ୍‌ କେମ୍ପ୍‌ କହିଛନ୍ତି ଯେ, ଭାରତରେ ବିକଶିତ ହୋଇଥିବା ହିନ୍ଦୁ ଐତିହ୍ୟ ଓ ବିବିଧତାଭରା ଆଧ୍ୟାତ୍ମିକ ପରମ୍ପରା ଉପରେ ଧ୍ୟାନ ଦିଆଯାଇ ଅକ୍ଟୋବର ମାସକୁ ସମ୍ମିଳିତ ଭାବେ ପାଳନ କରାଯିବ।

ଉଲ୍ଲେଖଯୋଗ୍ୟ, ନବରାତ୍ରୀ ଓ ଦୀପାବଳି ଭଳି ପ୍ରମୁଖ ହିନ୍ଦୁ ପର୍ବପର୍ବାଣି ପଡୁଥିବାରୁ ହିନ୍ଦୁଧର୍ମ ଲାଗି ଅକ୍ଟୋବର ମାସ ଗୁରୁତ୍ବପୂର୍ଣ୍ଣ ଅଟେ। ହିନ୍ଦୁ ଐତିହ୍ୟ, ସଂସ୍କୃତି, ପରମ୍ପରା ଏବଂ ମୂଲ୍ୟବୋଧ ହିନ୍ଦୁଧର୍ମୀମାନଙ୍କୁ ଜୀବନର ଅନେକ ସମସ୍ୟାର ସମାଧାନ ଯୋଗାଇ ଦେବା ସହିତ ମାର୍ଗଦର୍ଶିକା ଭାବେ ହିନ୍ଦୁ ଧର୍ମବାଣୀ ଅସଂଖ୍ୟ ବ୍ୟକ୍ତିଙ୍କ ପ୍ରେରଣା, ଚିନ୍ତନ ଓ ବିବେଚନାର ଉତ୍ସ ହୋଇ ପାରିଛି ବୋଲି ଉକ୍ତ ଘୋଷଣାନାମାରେ ଜର୍ଜିଆର ଗଭର୍ଣ୍ଣର୍‌ କହିଛନ୍ତି।

Comments are closed.