ମଇଦାନକୁ ଓହ୍ଲାଇବେ ସିଦ୍ଧାନ୍ତ

ଖୁବଶୀଘ୍ର ପ୍ରଚାର ମଇଦାନକୁ ଓହ୍ଳାଇବେ ଦିଗପହଣ୍ଡି ବିଜେପି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର । ସେ କହିଛନ୍ତି, ସେଠାରୁ ସାଂସଦ ଥିବାରୁ ସେଇ ଜାଗା ବିଷୟର ପୁରା ଧାରଣା ରହିଛି । ତେବେ କର୍ମୀଙ୍କ ସହ ଆଲୋଚନା ପରେ ପ୍ରଚାର ମଇଦାନକୁ ଓହ୍ଳାଇବେ ବୋଲି କହିଛନ୍ତି ସିଦ୍ଧାନ୍ତ । ସେପଟେ ଦିଗପହଣ୍ଡିରେ ସିଦ୍ଧାନ୍ତଙ୍କ ପ୍ରାର୍ଥୀତ୍ୱକୁ ବିଜେପି ନେତା ବିପିନ ପ୍ରଧାନ ବିରୋଧ କରୁଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିପିନଙ୍କ ସହ ଗୋଟିଏ ଦଳରେ ଅଛନ୍ତି ଏବଂ ଏକାଠି କାମ କରୁଛନ୍ତି ।

ବିରୋଧାଭାସ କିଛି ନାହିଁ ବୋଲି କହିଛନ୍ତି । ସେହିପରି ବିଜେପି ବିଧାୟକ ପ୍ରାର୍ଥୀ ତାଲିକାକୁ ଅନେକ ସ୍ଥାନରେ ବିରୋଧ କରାଯାଉଥିବା ପ୍ରସଙ୍ଗରେ ବି ପ୍ରତିକ୍ରିୟା ରଖିଛନ୍ତି । ଦଳର ଶୀର୍ଷ ନେତୃତ୍ୱ ଯେଉଁ ନିଷ୍ପତି ନେବ ତାହା ହିଁ ସର୍ବୋପରି ବୋଲି ସିଦ୍ଧାନ୍ତ କହିଛନ୍ତି ।

Comments are closed.