ସୁପ୍ରିମକୋର୍ଟ ଗଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦେଶାଳୟର ମୁଖ୍ୟ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଇବା ପାଇଁ ଆଜି ପୁଣି ଥରେ କେନ୍ଦ୍ର ସରକାର ସୁପ୍ରିମ୍‌ କ‌ୋର୍ଟରେ ସାନି ଆବେଦନ କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର୍‌-ଜେନେରାଲ୍‌ ତୁଷାର ମେହେଟ୍ଟା ବିଚାରପତି ଗୱାଇଙ୍କ ନେତୃତ୍ବାଧୀନ ସୁପ୍ରିମ୍‌ କୋର୍ଟର ଖଣ୍ଡପୀଠଙ୍କୁ ନିବେଦନ କରି ଏହି ଆବେଦନର ଶୁଣାଣି କରିବାକୁ କହିଛନ୍ତି।

ଅଦାଲତଙ୍କୁ ମେହେଟ୍ଟା କହିଲେ, ମୁଁ ଏକ ‘ମିସ୍‌ଲେନିୟସ୍‌ ଆପ୍ଲିକେସନ୍‌’ ସର୍କ୍ୟୁଲେଟ୍‌ କରୁଛି। ସେଥିରେ କରାଯାଇଥିବା ନିବେଦନ ଶୁକ୍ରବାର ପୂର୍ବରୁ ଶୁଣାଣି କରିବା ଲାଗି ଅନୁରୋଧ କରୁଛି।

ଗୁରୁବାର ଅପରାହ୍ଣ ୩.୩୦ରେ ଏହି ଆବେଦନର ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତଙ୍କ ଖଣ୍ଡପୀଠ ରାଜି ହୋଇଛନ୍ତି।

Comments are closed.