ସିଂଘମ ଫିଲ୍ମକୁ ନେଇ ଏମିତି କହିଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ଆଇନ ବ୍ୟବସ୍ଥା ପ୍ରତି ଧ୍ୟାନ ନ ଦେଇ ତୁରନ୍ତ ନ୍ୟାୟ ଦେଉଥିବା ‘ହିରୋ ପୁଲିସ’ ଚରିତ୍ର ପ୍ରଦର୍ଶନ କରୁଥିବା ‘ସିଂଘମ୍‌’ ପରି ସିନେମା ସବୁ ଅତ୍ୟନ୍ତ କ୍ଷତିକାରକ ବାର୍ତ୍ତା ପ୍ରସାରଣ କରୁଛନ୍ତି ବୋଲି ଶୁକ୍ରବାର ଦିନ ବମ୍ବେ ହାଇକୋର୍ଟର ବିଚାରପତି ଗୌତମ ପଟେଲ୍‌ କହିଛନ୍ତି।

ବାର୍ଷିକ ଦିବସ ଓ ପୁଲିସ ସଂସ୍କାର ଦିବସ ପାଳନ ଅବସରରେ ‘ଇଣ୍ଡିଆନ୍‌ ପୋଲିସ ଫାଉଣ୍ଡେସନ୍’ ଆୟୋଜନ କରିଥିବା କାର୍ଯ୍ୟକ୍ରମରେ ଉଦ୍‌ବ‌ୋଧନ ଦେବା ବେଳେ ବିଚାରପତି ପଟେଲ୍‌ ଆଇନ ପ୍ରକ୍ରିୟା ପ୍ରତି ଜନସାଧାରଣ ଅଧୈର୍ଯ୍ୟ ହୋଇପଡୁଥିବା କଥା ବି ଉଠାଇଛନ୍ତି।

ପୁଲିସ ସଂସ୍କାର ପ୍ରସଙ୍ଗରେ ସେ କହିଛନ୍ତି ଯେ, ପ୍ରକାଶ ସିଂହ ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ରାୟ ‘ସୁଯୋଗ ହରାଇବା’ ଭଳି କଥା ହେଲା। ବାସ୍ତବ କଥା ହେଲା ଆମେ ନିଜକୁ ନିଜେ ସଂସ୍କାର ନ କଲେ ଆଇନ ପ୍ରଣୟନକାରୀ ବ୍ୟବସ୍ଥାରେ ସଂସ୍କାର ଅଣାଯାଇ ପାରିବ ନାହିଁ।

Comments are closed.