ଆସିଲା ବଡ ଖବର, ଶସ୍ତା ହେବ ବିମାନ ଟିକେଟ

ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା ସର୍କୁଲାରରେ ସେବା (ଅପ୍ଟ-ଆଉଟ କିମ୍ବା ଅପ୍ଟ-ଇନ) ଚୟନ କରିବାକୁ ଯାତ୍ରୀମାନଙ୍କୁ ସ୍ବାଧୀନତା ଦେବା ପାଇଁ ଡିଜିସିଏ ସମସ୍ତ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦେଇଛି। ଏହାଦ୍ୱାରା ବିମାନ ଟିକେଟର ମୂଳ ଭଡା ହ୍ରାସ ହେବ ଏବଂ ଭଡା ଶସ୍ତା ହେବ ବୋଲି ଆଶା କରାଯାଉଛି। ଡିଜିସିଏ ସର୍କୁଲାର ଅନୁଯାୟୀ, ବର୍ତ୍ତମାନ ଏୟାରଲାଇନ୍ସକୁ ସିଟ ଚୟନ, ସ୍ନାକ୍ସ ବା ପାନୀୟ ଚାର୍ଜ, ବ୍ୟାଗେଜ ଚାର୍ଜ, କ୍ରୀଡା ଉପକରଣ ଚାର୍ଜ, ବାଦ୍ୟଯନ୍ତ୍ର ଚାର୍ଜ, ମୂଲ୍ୟବାନ ସାମଗ୍ରୀ ଇତ୍ୟାଦି ପାଇଁ ଦେୟ ଚୟନ କରିବାକୁୂ ପଡିବ। ଲଗେଜ ନେଇ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଶୁଳ୍କ ସ୍ପଷ୍ଟ ଭାବରେ ଦର୍ଶାଇବାକୁ ପଡିବ। ଏହା ବ୍ୟତୀତ ଟିକେଟ ଉପରେ ଏହି ଶୁଳ୍କ ମଧ୍ୟ ଛାପିବାକୁ ପଡିବ। ଅନାବଶ୍ୟକ ସେବାଗୁଡିକ ବିଷୟରେ ବିସ୍ତୃତ ସୂଚନା ମଧ୍ୟ ଦେବାକୁ ପଡିବ। ସର୍କୁଲାରରେ କୁହାଯାଇଛି ଯେ, ଯାତ୍ରୀଙ୍କୁ ସମସ୍ତ ତଥ୍ୟ ସ୍ପଷ୍ଟ ଭାବରେ ଦେବାକୁ ପଡିବ । ଫଳରେ ଯାତ୍ରୀମାନେ ନିଜ ଆବଶ୍ୟକତା ଅନୁଯାୟୀ ସୁବିଧା ଚୟନ କରିପାରିବେ।

 

 

 

Comments are closed.