ସେନା ଗୁଳିରେ ୨ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀର ଅବନ୍ତିପୁରାରେ ସୁରକ୍ଷାକର୍ମୀଙ୍କୁ ଆଉ ଏକ ସଫଳତା । ସେନା ଗୁଳିରେ ଦୁଇ ଆତଙ୍କୀଙ୍କୁ ନିପାତ କରିଛି ସେନା । ଆଜି ଅପରାହ୍ନରେ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଚର ଜାରି ରହିଛି । ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ମୃତ ଦୁଇ ଆତଙ୍କୀଙ୍କ ପରିଚୟ ସ୍ପଷ୍ଟ କରିନାହିଁ ପୋଲିସ ।

ସ୍ଥାନୀୟ ଅଞ୍ଚଳରେ ଏକାଧିକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ଗୁଇନ୍ଦା ରିପୋର୍ଟ ମିଳିବା ପରେ ସୁରକ୍ଷା ବଳର ଯବାନ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏଥିରେ ଆତଙ୍କୀଙ୍କ ସହ ମୁହାଁମୁହିଁ ହେବା ସହ ଗୁଳି ବନିମୟ ଜାରି ରହିଥିବା ସ୍ଥାନୀୟ ପୋଲିସ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛି।

Comments are closed.