ନିଜ ଦଳର ନେତାଙ୍କୁ ଏମିତି କିଛି କହିଲେ ତେଜସ୍ଵୀ
ପାଟନା: ବିହାର ଉପମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ଟିଭ ଅଛନ୍ତି ତେଜସ୍ୱୀ ଯାଦବ। ନିଜର ଲୋକପ୍ରିୟତା ବଢ଼ାଇବା ପାଇଁ ଅଭିନବ ରଣନୀତି ଆପଣେଇଛନ୍ତି ସେ। ରାଜୀତିରେ ଏକ ଭିନ୍ନ ଭାବମୂର୍ତ୍ତି ତିଆରି ପାଇଁ ପ୍ରୟାସ କରିଛନ୍ତି ତେଜସ୍ୱୀ। ଏହିପ୍ରରିପ୍ରେକ୍ଷୀରେ ଆରଜେଡି ବିଧାୟକ ଓ ମନ୍ତ୍ରୀମାନଙ୍କୁ କ’ଣ କରିବା ଓ କ’ଣ ନକରିବା ସେନେଇ ପରାମର୍ଶ ଜାରି କରିଛନ୍ତି। ଏଥିପାଇଁ ୬ଟି ସୂତ୍ରୀ ଉପରେ ଧ୍ୟାନ ଦେଇ ଏହାକୁ ପାଳନ କାରିବାକୁ ପରାମର୍ଶ ଦେଇଛନ୍ତି।
ଆରଜେଡିରୁ ଯେଉଁମାନେ ମନ୍ତ୍ରୀ ହୋଇଛନ୍ତି ବିଭାଗରେ ସେମାନେ ନିଜ ପାଇଁ ନୂଆ କାର ନକିଣିବାକୁ ଅନୁରୋଧ କରିଛନ୍ତି। ଆରେଜଡି ମନ୍ତ୍ରୀମାନଙ୍କୁ କେହି ଶୁଭେଚ୍ଛୁକ, ସମର୍ଥକ ଏବଂ କୌଣସି ବ୍ୟକ୍ତି ତାଙ୍କ ପାଦ ଛୁଇଁ ନମସ୍କାର କରିବେନି। ସେମାନେ ଏହି ଆଶାଠାରୁ ନିବୃତ ରହିବା ଉଚିତ। ଆମେ ପରସ୍ପର ମଧ୍ୟରେ ଅଭିବାଦନ ପାଇଁ ନମସ୍ତେ, ଅଦାବ, ଯୋଡ଼ ହସ୍ତ ନମସ୍କାର ସଂସ୍କୃତିକୁ ବଢ଼େଇବାକୁ ଚାହୁଁଛୁ। ସବୁ ମନ୍ତ୍ରୀମାନଙ୍କୁ ନମ୍ର ଏବଂ ଆଚରଣରେ ବିନୟୀ ହେବାକୁ ସେ ନିବେଦନ କରିଛନ୍ତି। ଜାତି , ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତଙ୍କୁ ସାହାଯ୍ୟ ଓ ସହାନଭୁତି କରିବା ଉଚିତ।
Comments are closed.