ପରଲୋକରେ ତାରିକ ଫତହ

ପାକିସ୍ତାନରେ ଜନ୍ମିତ ପ୍ରଖ୍ୟାତ କାନାଡା ସ୍ତମ୍ଭକାର ଓ ଲେଖକ ତାରିକ ଫତହ ଆଉ ନାହାନ୍ତି। ପାକିସ୍ତାନରେ ଜନ୍ମ ହୋଇଥିଲେ ମଧ୍ୟ ତାରିକ କାନାଡାରେ ରହୁଥିଲେ। ସେ ଦୀର୍ଘଦିନ ହେଲା କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ତାରିକଙ୍କ ଝିଅ ନତାଶା ଫତହନ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା।

ନତାଶା ଟ୍ୱିଟ କରି ଏହି ଦୁଃଖଦ ଖବର ଦେବା ସହ ଲେଖିଛନ୍ତି ଯେ “ପଞ୍ଜାବର ସିଂହ। ହିନ୍ଦୁସ୍ତାନର ପୁଅ। କାନାଡାର ପ୍ରେମିକ। ସତ୍ୟର ମୁକସାଖୀ। ନ୍ୟାୟର ଯୋଦ୍ଧା। ପଛୁଆ ବର୍ଗରଙ୍କ ସ୍ୱର। ତାରିକ ଫତହ ଆଉ ନାହାନ୍ତି। ତାଙ୍କ ବିପ୍ଳବ ଜାରି ରହିବ। ତାଙ୍କୁ ଜାଣିଥିବା ଓ ଭଲ ପାଉଥିବା ଲୋକମାନେ ତାଙ୍କ ବିପ୍ଳବକୁ ଆଗକୁ ନେବେ। ଆପଣମାନେ ଆମ ସହ ସାମିଲ ହେବେ? ୧୯୪୯-୨୦୨୩।”

ରବିବାର ମଧ୍ୟ ନତାଶା ଟ୍ୱିଟ କରି ବାପାଙ୍କ ସହ ରବିବାର ଧୀରେଧୀରେ କାଟୁଥିବା କହିଥିଲେ। ସେମାନେ ବଲିଉଡ ଗୀତ ଶୁଣିବା ସହ ନତାଶା ଭାରତ ମାତାଙ୍କୁ ଭୁଲ ପାଇ କମଳା ରଙ୍ଗର ପୋଷାକ ପିନ୍ଧିଥିବା କହିଥିଲେ। ଏଥିସହ କାନାଡା ପାଇଁ ସେ ନାଲି ରଙ୍ଗର ପୋଷାକ ପିନ୍ଧିଥିବା ସୂଚନା ଦେଇଥିଲେ।

ତାରିକ ଫତହ ସବୁବେଳେ ଇସଲାମ ସମ୍ପର୍କରେ ପ୍ରଗତିଶୀଳ ମତ ରଖୁଥିଲେ ଓ ପାକିସ୍ତାନରେ ଘଟୁଥିବା ଘଟଣାକୁ ବିରୋଧ କରୁଥିଲେ। ଭାରତରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକଙ୍କୁ ସେ ସବୁବେଳେ ସମର୍ଥନ କରୁଥିଲେ।

Comments are closed.