ବିଜେପିକୁ ଟାର୍ଗେଟ କରି ଏମିତି କହିଲେ ନୀତିଶ

ପୁର୍ଣ୍ଣିଆ: କଂଗ୍ରେସ ସମତେ ସମସ୍ତ ବିରୋଧୀ ଦଳ ଏକଜୁଟ ହୋଇ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିଲେ ‘ବିଜେପି’କୁ ୧୦୦ ଆସନ ମଧ୍ୟରେ ସୀମିତ ରଖାଯାଇ ପାରିବ ବ‌ୋଲି ଶନିବାର ଦିନ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି।

ପୁର୍ଣ୍ଣିଆରେ ‘ମହାଗଠବନ୍ଧନ’ ରାଲିରେ ଉଦ୍‌ବୋଧନ ଦେଇ ‘ଜେଡି(ୟୁ)’ର ମୁଖ୍ୟ ନୀତୀଶ କହିଛନ୍ତି, ଏ ସଂକ୍ରାନ୍ତରେ କଂଗ୍ରେସକୁ ତୁରନ୍ତ ନିଷ୍ପତ୍ତି ଗ୍ରହଣ କରିବାକୁ ପଡ଼ିବ।

ସେ କହିଛନ୍ତି, ବିରୋଧୀମାନଙ୍କୁ ଏକଜୁଟ କରି ‘ବିଜେପି’କୁ ଆସନଚ୍ୟୁତ କରିବା ହେଉଛି ତାଙ୍କର ଏକମାତ୍ର ଲକ୍ଷ୍ୟ। ଏହାକୁ ସାକାର କରିବା ପାଇଁ ଉଦ୍ୟମ ଜାରି ରଖିବି। ସମଗ୍ର ଦେଶରୁ ‘ବିଜେପି’ ମୂଳପୋଛ ହେବା ଆବଶ୍ୟକ।

Comments are closed.