ପାକିସ୍ତାନରେ ତାଲିବାନ ଆତଙ୍କବାଦୀ

ପେଶାୱାର୍‌: ତାଲିବାନ ଆତଙ୍କବାଦୀମାନେ ରବିବାର ଦିନ ପାକିସ୍ତାନର ଉତ୍ତରପଶ୍ଚିମ ପ୍ରଦେଶ ଖୈବର୍‌-ପଖ୍‌ତୂନ୍‌ଖ୍ବାରେ ଗୋଟାଏ ଥାନାକୁ ଦଖଲ କରି କେତେଜଣଙ୍କୁ ପଣବନ୍ଦୀ ରଖିଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’କୁ ଜଣେ ପାକିସ୍ତାନୀ ପୁଲିସ ଅଧିକାରୀ କହିଛନ୍ତି ଯେ, ‘ତେରିକ୍‌-ଏ-ତାଲିବାନ୍‌ ପାକିସ୍ତାନ’ (ଟିଟିପି) ଆତଙ୍କବାଦୀମାନେ ଲୁଚିଛପି ଅଶାନ୍ତ ଖୈବର୍‌-ପଖ୍‌ତୂନ୍‌ଖ୍ବା ପ୍ରଦେଶରେ ଥିବା ବାନ୍ନୁ କ୍ୟାଣ୍ଟନ୍‌ମେଣ୍ଟ୍‌ରେ ପ୍ରବେଶ କରି କୁଖ୍ୟାତ ଆତଙ୍କବାବୀମାନଙ୍କୁ ମୁକ୍ତ କରି ଦେଇଛନ୍ତି।

ତା’ପରେ ସେମାନେ ଉକ୍ତ କ୍ୟାଣ୍ଟନ୍‌ମେଣ୍ଟ୍‌ ପରିସରର ଗୋଟିଏ ସେକ୍ସନ୍‌କୁ ଅକ୍ତିଆର କରିବା ସହିତ ‘କାଉଣ୍ଟର୍‌-ଟେରରିଜମ୍‌ ଡିପାର୍ଟମେଣ୍ଟ୍‌’ର ନିରାପତ୍ତା କର୍ମଚାରୀଙ୍କୁ ପଣବନ୍ଦୀ କରିଛନ୍ତି।

Comments are closed.