ଏକାଠି ତବୁ-ଅଜୟଙ୍କ ଯୋଡ଼ି
ତବୁ, ଅଜୟ ଦେବଗନ୍, ଦୁହେଁ ହେଲେ ନବେ ଦଶକର ହିଟ ଯୋଡ଼ି । ସେମାନଙ୍କ ଅଭିନୀତ ବେଶ୍ ଫିଲ୍ମ ଅଲଟାଇମ୍ ବ୍ଲକ୍ ବଷ୍ଟର ହୋଇପାରିଛି । ସେମାନଙ୍କ ଅଭିନୀତ ‘ବିଜୟପଥ‘ରୁ ଆରମ୍ଭ କରି ‘ଦୃଶ୍ୟମ୍’ ସବୁଥିରେ ସେମାନଙ୍କ ଯୋଡ଼ି ବହୁ ପ୍ରଶଂସା ସାଉଁଟିଛି ।
ଦୁଇଜଣ ଭାରି ନିବିଡ଼ ବନ୍ଧୁ ମଧ୍ୟ । ଅଜୟଙ୍କ ଘରର ଟିକିନିଖି କଥା ତବୁ ଜାଣନ୍ତି । ପତ୍ନୀ କାଜଲ ଏହି ଦୁଇ ବନ୍ଧୁଙ୍କ ଭିତିରି କଥା ଶୁଣିବାରେ କୌଣସି ଆଗ୍ରହ ଦେଖାନ୍ତିନାହିଁ । ଏକଥା ଅଜୟ ଏକ ସାକ୍ଷାତକାରରେ କହିଥିଲେ । ଦୁହିଁଙ୍କ ବନ୍ଧୁତା ଏଭଳି ଯେ ପୁଣି ଥରେ ସେମାନେ ଏକାଠି ଅନ୍ୟ ଏକ ଚଳଚ୍ଚିତ୍ର ‘ଭୋଲା’ରେ କାମ କରୁଛନ୍ତି । ଦୁହିଁଙ୍କ ଅଭିନୀତ ଏହା ନବମ ଚଳଚ୍ଚିତ୍ର । ଭୋଲାର ପ୍ରଯୋଜନା ଦାୟିତ୍ୱ ଅଜୟ ନେଇଛନ୍ତି ।
ଅଜୟ ଏହି ଚଳଚ୍ଚିତ୍ରରେ ତବୁଙ୍କୁ ନେବା ପାଇଁ ତାଙ୍କୁ ବହୁତ ଅନୁରୋଧ କରିଥିଲେ । ତବୁ କହିବାନୁସାରେ ଅଜୟ ସେଟ ଉପରେ ବହୁତ କଡ଼ା । ତା’ ସହିତ କାମ କରିବା ଏତେ ସହଜ ନୁହେଁ । ଅଜୟ ମଧ୍ୟ ନଛାଡ଼ବନ୍ଧା, ଯେମିତି ବି ହେଉ ସେ ତବୁଙ୍କୁ ରାଜି କରାଇଦେଇଛନ୍ତି । ଏହାର ସୁଟିଂ କୋଡ଼ାଇକେନାଲରେ ଚାଲିଛି ।
Comments are closed.