ଟି-୨୦ ଲାଗି କାଲିଠୁ ଅନ୍ଲାଇନ ଟିକେଟ୍ ବୁକିଂ
କଟକ ଅଫିସ : ବାରବାଟୀ ଟି-୨୦ ପାଇଁ ଆସନ୍ତା ଜୁନ୍ ୧ରେ ଅନ୍ଲାଇନରେ ଟିକେଟ୍ ବୁକିଂ ଆରମ୍ଭ ହେବ। ଏ ନେଇ ଓସିଏ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ଏହି ବୁକିଂ ପେଟିଏମ୍ ଇନ୍ସାଇଡର ଆପ୍ ଏବଂ ପେଟିଏମ୍ ଆପ୍ ଦ୍ୱାରା ହିଁ କରିହେବ।
www.insider.in ଓ୍ବେବ୍ସାଇଟ୍ରେ ମଧ୍ୟ ଟିକେଟ୍ ଉପଲବ୍ଧ ହେବ। ଦିନ ୧୧ଟାରୁ ୫ ହଜାର ଟିକେଟ୍ ଅନ୍ଲାଇନରେ ବିକ୍ରି କରାଯିବ। ୨,୪,୭ ନଂ ଗ୍ୟାଲେରୀ, ସ୍ପେଶାଲ ଏନ୍କ୍ଲୋଜର ଏବଂ ଏସି ବକ୍ସ ପାଇଁ ବୁକିଂ ହେବ। ସେହିପରି ଜୁନ୍ ୯ରୁ ଅଫଲାଇନ୍ରେ ଟିକେଟ୍ ବୁକିଂ ହେବ। ଜଣେ ୨ଟି ଟିକେଟ୍ ବୁକିଂ କରିପାରିବେ। ତେବେ ଟିକେଟ୍ ବୁକିଂ ବେଳେ ପରିଚୟ ପତ୍ର ଦେବାକୁ ପଡିବ।
Comments are closed.