ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର,୯ ।୧: ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ପବିତ୍ର ବିନ୍ଦୁସାଗର ପୁଷ୍କରିଣୀକୁ ସ୍ୱଚ୍ଛ ଓ ନିର୍ମଳ କରାଯିବ ।ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ସାମିଲ ହେବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଢଙ୍ଗୀ ଏଥିରେ ସାମିଲ ହୋଇଛନ୍ତି ।

ତେବେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଲାଗି ଆଇଓସିଏଲ ପକ୍ଷରୁ ୭୦ ଲକ୍ଷ ଟଙ୍କା ବିନିଯୋଗ ହୋଇଛି । ଆଇସିଟି, ଆଇଓସି, ଓବିସିସିର ମିଳିତ ଉଦ୍ୟମରେ ସଫେଇ ହେବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଉଦବୋଧନରେ ପ୍ରଥମେ ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ବିନ୍ଦୁ ସାଗର ପ୍ରକଳ୍ପରେ ସହଯୋଗ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ‘ବିନ୍ଦୁ ସାଗର ଆମ ଆଶା ଓ ବିଶ୍ବାସର ତୀର୍ଥ । ବିନ୍ଦୁ ସାଗର ଭୁବନେଶ୍ବରବାସୀଙ୍କ ଜୀବନ ସହ ଜଡ଼ିତ । ସାରା ଭାରତର ସବୁ ତୀର୍ଥର ଜଳ ବିନ୍ଦୁ ସାଗରରେ ରହିଛି । ଏହାକୁ ସ୍ବଚ୍ଛ ରଖିବା ଆମ ନୈତିକ ଦାୟିତ୍ବ ଭୁବନେଶ୍ବରରେ ଅନେକ ତୀର୍ଥ ପୋଖରୀ ରହିଛି । ଏହାକୁ ସଫା ରଖିବା ଆମ ସମସ୍ତଙ୍କ ଦାୟିତ୍ବ । ଏହି କାମରେ ମୁଁ ସମସ୍ତଙ୍କ ସହଯୋଗ କାମନା କରୁଛି ।

Comments are closed.