ବିଜେଡିରେ ଯୋଗଦେଲେ ସୁରେନ୍ଦ୍ର ସିଂ ଭୋଇ

ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ ଆଜି ବିଜେଡିରେ ମିଶିଛନ୍ତି। ଶଙ୍ଖ ଭବନରେ ହୋଇଥିବା ମିଶ୍ରଣ ପର୍ବରେ ତାଙ୍କ ସହିତ ୧୨ ଜଣ ସରପଞ୍ଚ, ୧୩ ଜଣ ସମିତି ସଭ୍ୟ ଓ ବହୁ କର୍ମୀ ବିଜେଡିରେ ଯୋଗ ଦେଇଥିଲେ।

ସୁରେନ୍ଦ୍ର ସିଂହ ଭୋଇ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ କଂଗ୍ରେସ ଟିକେଟରେ ଦୁଇ ଥର ସଇଁତଳା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ଥରେ ଟିଟିଲାଗଡ଼ରୁ ନିର୍ବାଚିତ ହୋଇଥିଲେ।

ଶ୍ରୀ ଭୋଇ ୧୯୯୫ ଓ ୨୦୦୪ରେ ସଇଁତଳାରୁ ଏବଂ ୨୦୦୯ରେ ଟିଟିଲାଗଡ଼ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ ଓ ୨୦୧୯ରେ ସେ ବିଜେଡିର ଟୁକୁନି ସାହୁଙ୍କଠାରୁ ପରାସ୍ତ ହୋଇଥିଲେ।

ବିଜେଡିରେ ଯୋଗ ଦେଇଥିବା ସୁରେନ୍ଦ୍ର ସିଂହ ଭୋଇଙ୍କୁ ବଲାଙ୍ଗୀର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚାହେଉଛି।

 

Comments are closed.