ବିମୁଦ୍ରୀକରଣ ନେଇ ସୁପ୍ରିମକୋର୍ଟଙ୍କ ଆସିଲା ବଡ଼ ରାୟ

ନୂଆଦିଲ୍ଲୀ: ବିମୁଦ୍ରୀକରଣ ନେଇ ସୁପ୍ରିମକୋର୍ଟଙ୍କ ଆସିଲା ବଡ଼ ରାୟ। କେନ୍ଦ୍ର ସରକାରଙ୍କୁ କ୍ଲିନ୍ ଚିଟ୍ ଦେଲେ ସୁପ୍ରିମକୋର୍ଟ। ମୋଦି ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା। ଏହି ପ୍ରକ୍ରିୟାରେ କୌଣସି ବୋଲି କହିଲେ ସର୍ବୋଚ୍ଚ ଅଦାଲତ। ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଆଜି ଏହି ରାୟ ଶୁଣାଇଛନ୍ତି। ଏଥିସହ ବିମୁଦ୍ରୀକରଣକୁ ନେଇ ହୋଇଥିବା ୫୮ଟି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।

୨୦୧୬ ନଭେମ୍ବର ୮ ତାରିଖରେ ବିମୁଦ୍ରୀକରଣ ନେଇ ଘୋଷଣା କରିଥିଲେ କେନ୍ଦ୍ର ସରକାର। ସମସ୍ତ ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ବିମୁଦ୍ରୀକରଣ କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ବେଆଇନ ଦର୍ଶାଇ ୫୮ଟି ଆବଦେନ ହୋଇଥିଲା। ଗତ ଡିସେମ୍ବର ୭ରେ ସୁପ୍ରିମକୋର୍ଟଙ୍କ ସମ୍ବିଧାନ ପୀଠରେ ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ପରେ କୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିଲେ। ଏଥିସହ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏବଂ କେନ୍ଦ୍ର ସରକାରକୁ ସମସ୍ତ ଆବଶ୍ୟକ ଦସ୍ତାବିଜ୍ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Comments are closed.