ସନଲିଙ୍ଗୀ ବିବାହ ମାମଲା, ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ, ଆଜି ସୁପ୍ରିମକୋର୍ଟରେ ଆସିବ ରାୟ। ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରାୟ ପ୍ରକାଶ କରିବେ।

ଗତ ଏପ୍ରିଲ ୧୧ ତାରିଖରେ ସାମ୍ବିଧାନିକ ବେଞ୍ଚ ଏହା ଉପରେ ହୋଇଥିବା ଆବେଦନର ଶୁଣାଣି ଆରମ୍ଭ କରିଥିଲେ ଏବଂ ଗତ ମେ ୧୧ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ। ସୁପ୍ରିମକୋର୍ଟ ଏନେଇ ଆଗତ ପ୍ରାୟ ୨୧ ଟି ପିଟିସନର ଏକାଠି ଶୁଣାଣି କରିଥିଲେ।

୧୮ ଯୋଡ଼ା ସମଲିଙ୍ଗୀ ଦମ୍ପତି ସେମାନଙ୍କ ସମ୍ପର୍କକୁ ଆଇନଗତ ମାନ୍ୟତା ପ୍ରଦାନ କରିବାକୁ ଆବେଦନ କରିଛନ୍ତି। ସେମାନେ ସମଲିଙ୍ଗୀ ବିବାହକୁ ସାମାଜିକ ଓ ଆଇନଗତ ମାନ୍ୟତା ପାଇଁ ଅନୁରୋଧ କରିଛନ୍ତି। ଦେଶରେ ପ୍ରଚଳିତ ସ୍ୱତନ୍ତ୍ର ବିବାହ ଆଇନରେ ସମଲିଙ୍ଗୀ ବିବାହକୁ ମଧ୍ୟ ସାମିଲ କରିବାକୁ ସେମାନେ କହିଛନ୍ତି।

୨୦୧୮ରେ ସୁପ୍ରିମକୋର୍ଟଙ୍କ ଏକ ସାମ୍ବିଧାନିକ ଖଣ୍ଡପୀଠ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବିବେଚନା କରୁଥିବା ଆଇପିସିର ଧାରା ୩୭୭କୁ ରଦ୍ଦ କରିଦେଇଥିଲେ। ଯାହା ଫଳରେ ସହମତିରେ ଦୁଇ ପ୍ରାପ୍ତ ବୟସ୍କ ସମଲିଙ୍ଗୀ ନିଜ ଭିତରେ ସମ୍ପର୍କ ରଖିଲେ ତାକୁ ଅପରାଧ କୁହାଯିବ ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଭଳି ସ୍ଥିତିରେ ସମଲିଙ୍ଗୀ ବିବାହକୁ ମଧ୍ୟ ଆଇନଗତ ମାନ୍ୟତା ମିଳିବା ଦରକାର ବୋଲି ସେମାନେ ଦାବି କରୁଛନ୍ତି।

Comments are closed.