ତାମିଲନାଡ଼ୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆଜି ୟୁଟ୍ୟୁବର୍‌ ମନୀଷ କାଶ୍ୟପଙ୍କ ଏକ ଆବେଦନର ଶୁଣାଣି କରିବା ସମୟରେ ତାମିଲନାଡ଼ୁ ସରକାରଙ୍କ ଉପରେ ବର୍ଷିଛନ୍ତି। ମନୀଷ କଶ୍ୟପଙ୍କ ବିରୋଧରେ ଏନଏସଏ (ଜାତୀୟ ସୁରକ୍ଷା ଆଇନ) ଲାଗୁ ହୋଇଛି। ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗରେ ମିଥ୍ୟା ଖବର ପ୍ରସାର କରିଥିବା ଅଭିଯୋଗରେ ଗିରଫ ହୋଇଥିବା କଶ୍ୟପଙ୍କ ବିରୋଧରେ ଏନଏସଏ କାହିଁକି ଲାଗୁ ହୋଇଛି ବୋଲି କୋର୍ଟ ତାମିଲନାଡ଼ୁ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପିଏସ୍‌ ନରସିଂହଙ୍କ ଖଣ୍ଡପୀଠ ଆଜି କଶ୍ୟପଙ୍କ ଆବେଦନର ଶୁଣାଣି କରୁଥିଲେ। ତାଙ୍କ ବିରୋଧରେ ଥିବା ସମସ୍ତ ଏତଲାକୁ ଗୋଟିଏ ସ୍ଥାନକୁ ସ୍ଥାନାନ୍ତର କରିବାପାଇଁ ସେ ଆବେଦନ କରିଥିଲେ। କୋର୍ଟ କହିଥିଲେ ଆମେ ସମସ୍ତ ଏତଲା ବିହାର ସ୍ଥାନାନ୍ତର କରିବୁ। କିନ୍ତୁ କେଉଁ ଆଧାରରେ ମନୀଷ କଶ୍ୟପଙ୍କ ବିରୋଧରେ ଏନଏସଏ ଲାଗୁ ହୋଇଛି ସେନେଇ ତାମିଲନାଡ଼ୁ ସରକାର ଜବାବ ରଖନ୍ତୁ। ଆସନ୍ତା ଏପ୍ରିଲ ୨୮ ତାରିଖରେ କୋର୍ଟ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ରଖିଛନ୍ତି। ଏପ୍ରିଲ ୨୮ ସୁଦ୍ଧା ତାମିଲନାଡ଼ୁ ସରକାର ଉକ୍ତ ପ୍ରସଙ୍ଗରେ ଜବାବ ରଖିବାପାଇଁ କୋର୍ଟ କହିଛନ୍ତି।

Comments are closed.