କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଜାଣନ୍ତୁ କଣ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଅସନ୍ତୋଷ ଓ ତାଗିଦ ପରେ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସକ୍ରମେ କେନ୍ଦ୍ର ସରକାର ବିଚାରପତି ନିଯୁକ୍ତିରେ ବିଳମ୍ବ କରୁଥିଲେ। ଏଥିପାଇଁ ସୁପ୍ରିମକୋର୍ଟ କ୍ଷୁବ୍ଧ ହେବା ସହ ଦେଶର ନିୟମ ପାଳନ କରିବାକୁ କହିଥିଲେ। ସୁପ୍ରିମକୋର୍ଟଙ୍କ ଏପରି ବୟାନ ପରେ କେନ୍ଦ୍ର ସରକାର ଆଜି ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ୩ ଦିନ ମଧ୍ୟରେ ଉଚ୍ଚ ନ୍ୟାୟାଳୟରେ ୪୪ ଜଣ ବିଚାରପତିଙ୍କ ନିଯୁକ୍ତି ଉପରେ ମୋହର ମରାଯିବ ବୋଲି ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି।

ବିଚାରପତି ନିଯୁକ୍ତିରେ କେନ୍ଦ୍ର ସରକାର ବିଳମ୍ବ କରୁଥିବାରୁ ଗୋଟିଏ ପିଟିସନ ସୁପ୍ରିମକୋର୍ଟରେ ଦାଏର କରାଯାଇଥିଲା। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଯଥାଶୀଘ୍ର ପଡ଼ି ରହିଥିବା ବିଚାରପତିଙ୍କ ଫାଇଲକୁ ଅନୁମୋଦନ ଦେବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

ଶୁଣାଣି ବେଳେ ଉପସ୍ଥିତ ଥିବା ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ ସର୍ବୋଚ୍ଚ ଅଦାଲତକୁ ପ୍ରତିଶ୍ରୁତି ଦେଇ କହିଛନ୍ତି, ସବୁ କିଛି ଧାର୍ଯ୍ୟ ସମୟ ମଧ୍ୟରେ ହେବ। ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବାକୁ କଲେଜିୟମ ପକ୍ଷରୁ ୧୦୪ ଜଣଙ୍କ ନାଁ ସୁପରିସ କରାଯାଇଛି। ଏହି ସୁପାରିସ କେନ୍ଦ୍ର ସରକାରଙ୍କ ପାଖରେ ରହିଛି। ଏହି ୱିକେଣ୍ଡ ଭିତରେ ଏହା ମଧ୍ୟରୁ ୪୪ ବିଚାରପତିଙ୍କ ଫାଇଲକୁ ମଞ୍ଜୁରୀ ଦିଆଯିବ ବୋଲି ସେ କହିଛନ୍ତି।

Comments are closed.