ପ୍ରଦୂଷଣ ପାଇଁ ନଡ଼ା ପୋଡ଼ି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩ା୧୨:ଦିଲ୍ଲୀ-ଏନ୍‌ସିଆର୍‌ରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନେଇ ବୁଧବାର ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ପ୍ରଦୂଷଣ ରୋକିବା ପାଇଁ ନଡ଼ାମୂଳି ପୋଡ଼ିବା ବନ୍ଦ କରାଯିବା ଜରୁରୀ।

ପ୍ରତି ଶୀତଋତୁରେ ଲୋକେ ଯେପରି ସମାନ ଅସୁବିଧା ନ ଭୋଗିବେ ତାହା ସୁନିଶ୍ଚିତ କରିବା ପାଇଁ ଏହି ସମସ୍ୟାର ବିଚାର ବିଭାଗୀୟ ନିରୀକ୍ଷଣର ଆବଶ୍ୟକତା ରହିଛି ବୋଲି ଜଷ୍ଟିସ୍‌ ସଞ୍ଜୟ କିଷାନ କୌଲ ଏବଂ ସୁଧାଂଶୁ ଧୂଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ଖଣ୍ଡପୀଠ ଏ ସମ୍ପର୍କିତ ଏକାଧିକ ଆବେଦନର ଶୁଣାଣି କରି କହିଛନ୍ତି, ଚାଷଜମିର ନିଆଁ ଏବେ ବି ଉଦ୍‌ବେଗର ବିଷୟ। ଏହାକୁ ରୋକିବା ପାଇଁ ପଞ୍ଜାବ ଓ ହରିୟାଣାର ସରକାରମାନେ ଆବଶ୍ୟକ ପଦକ୍ଷେପ ନିଅନ୍ତୁ।

Comments are closed.