ସୁପ୍ରିମକୋର୍ଟରେ ନୂଆ ଅଶୋକ ସ୍ତମ୍ଭ ବିବାଦ
ନୂଆଦିଲ୍ଲୀ : ନୂଆ ସଂସଦ ଭବନ ଉପରେ ନିର୍ମିତ ଜାତୀୟ ପ୍ରତୀକକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଦୁଇ ଜଣ ଓକିଲ ଏହି ପିଟିସନ ଦାଖଳ କରିଛନ୍ତି । ସେମାନେ ହେଲେ ଆଡଭୋକେଟ-ଅନ-ରେକର୍ଡ ଅଲଦନିସ୍ ରେସ ଏବଂ ରମେଶ କୁମାର ମିଶ୍ର । ସେମାନେ ଦର୍ଶାଇଛନ୍ତି ନୂଆ ସଂସଦ ଭବନରେ ଥିବା ଜାତୀୟ ପ୍ରତିକରେ ଥିବା ସିଂହକୁ ଉଗ୍ର ସ୍ୱଭାବର ଭାବେ ପ୍ରସ୍ତୁତ କରାଯାଇଛି । ଯାହା ଜାତୀୟ ପ୍ରତୀକ ଆଇନ ୨୦୦୫ ଉଲ୍ଲଘଂନ ।
ପୂର୍ବରୁ ଜାତୀୟ ପ୍ରତୀକରେ ଥିବା ସିଂହ ଅତ୍ୟନ୍ତ ଶାନ୍ତ ଓ ସୌମ୍ୟ ମୁଦ୍ରାର ହୋଇଥିବା ବେଳେ ନୂଆ ନିର୍ମିତ ସିଂହ ଅତ୍ୟନ୍ତ ରୁକ୍ଷ ଓ କୋ୍ରଧି ଭଳି ଦେଖାଯାଉଛି । ସରକାରଙ୍କ ଏଭଳି ପଦକ୍ଷେପ ଦ୍ୱାରା ପ୍ରତ୍ୟେକ ନାଗରିକଙ୍କ ଜାତୀୟ ସ୍ୱାର୍ଥକୁ ଆଘାତ ପହଞ୍ଚିଇଛି ।
Comments are closed.