ଜୀ-ସାର୍ଥକରେ ଆସୁଛି “୭ରେ ସୁପର ସୋମବାର” ଅଗଷ୍ଟ, ୭ ତାରିଖ ଦିନ
ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ | ଏହି ପରି ଭାବନା ଆଖିଆଗରେରେ ରଖି ଅଗଷ୍ଟ, ୭ ତାରିଖ ସୋମବାରକୁ ସୁପର ସୋମବାର ନାମରେ ଅଭିହିତ କରାଯାଇଛି | ଏହି ଦିନ ଜୀ-ସାର୍ଥକରେ ଆମ ଝିଲି ଓ ଲାଲ ଇସ୍କ ଶୁଭାରମ୍ଭ ହେବ ସହ ପୁରା ଦିନ ଜାରି ରହିବ ଦର୍ଶକଙ୍କ ମନ ଜିତିଥିବା ସମସ୍ତ ମେଗା ଧାରାବାହିକ ଓ ରିଆଲିଟି ସୋ ର ସ୍ପେଶାଲ ଅଧ୍ୟାୟ |
ଏହି ଦିନ ଆପଣମାନଙ୍କ ଡିମାଣ୍ଡ ପାଇଁ ପୁଣିଥରେ ପ୍ରସାରିତ ହେବ ଟେଲି ଦୁନିଆର ସବୁଠାରୁ ଲୋକପ୍ରିୟ ରିଏଲିଟି ସୋ ‘ରଜ କୁଇନ୍–ଉଡ଼ିଯା…ଆକାଶଟା ତୋ’ର’ ଗ୍ରାଣ୍ଡ ଗ୍ରାଣ୍ଡ ଫିନାଲେ ଦିନ ୧ରୁ ସନ୍ଧ୍ୟା ୫ ପର୍ଯନ୍ତ | ସନ୍ଧ୍ୟା ୫ଟା ରୁ ୬ଟା ପର୍ଯନ୍ତ ଦେଖନ୍ତୁ ଝିଲି ସ୍ପେଶାଲ “ଦିଦି ନଂ ୧”ରେ ଓ ସନ୍ଧ୍ୟା ୬ଟା ରୁ ୭ଟା ପର୍ଯନ୍ତ ଦେଖନ୍ତୁ ‘ମୁଁ ବି ବିଜୟୀନି’ର ୧ ଘଣ୍ଟାର ମହା ଏପିସୋଡ | ଏହି ଦିନ ସନ୍ଧ୍ୟା ୭ଟା ରେ ଶୁଭାରମ୍ଭ ହେବ ନୂଆ ମେଗା ଧାରାବାହିକ ‘ଆମ ଝିଲି’ର ପ୍ରସାରଣ | ୭:୩୦ରୁ ୮ଟା ପର୍ଯନ୍ତ ଦେଖିବେ ଲୋକପ୍ରିୟ ମେଗା ଧାରାବାହିକ ‘ସୁନା ଝିଅ’ ର ମହା ସପ୍ତାହ ଏପିସୋଡ | ପୁଣି ୮ଟା ରୁ ୮:୩୦ ପର୍ଯନ୍ତ ଦେଖିବେ ଲୋକପ୍ରିୟ ମେଗା ଧାରାବାହିକ ‘ସାଥିରେ’ ର ବାହାଘରର ସ୍ପେଶାଲ ଏପିସୋଡ | ୮:୩୦ରୁ ୯ ପର୍ଯନ୍ତ ଦେଖିବେ ‘ତୁ ଖରା ମୁ ଛାଇ’,ର ସେଲିବ୍ରିଟି ସ୍ପେଶାଲ ଅଧ୍ୟାୟ | ରାତି ୯ଟା ରୁ ୧୦ଟା ପର୍ଯନ୍ତ ଦେଖିବେ ଲୋକପ୍ରିୟ ମେଗା ଧାରାବାହିକ ‘ଖୁସିର ଛୁଙ୍କ’ ର ୧ ଘଣ୍ଟାର ମହାଏପିସୋଡ ଓ ଶେଷରେ ୧୦ଟା ରୁ ୧୧ଟା ପର୍ଯନ୍ତ ଦେଖିବେ ଧାରାବାହିକ ‘ଲାଲ୍ ଇସ୍କ’ ର ଶୁଭାରମ୍ଭ ଅଧ୍ୟାୟ | ତେଣୁ ଆସନ୍ତା ସୋମବାର ଦିନ ଜୀ-ସାର୍ଥକରେ ହେବାକୁ ଯାଉଛି ” ସୁପର ସୋମବାର” |
ଚ୍ୟାନେଲ ମୁଖ୍ୟ ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି ଯେ, “ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ ଜାରି ରଖିଛୁ । ‘ସାଥିରେ’ , ‘ମୁଁ ବି ବିଜୟିନୀ’, ‘ତୁ ଖରା ମୁ ଛାଇ’, ‘ଖୁସିର ଛୁଙ୍କ’, ‘ଆମ ଝିଲି’ ଓ ‘ରଜ କୁଇନ୍’ ପରି ପ୍ରୋଗ୍ରାମ୍ ଆମ ଚ୍ୟାନେଲ ସ୍ଥିତିକୁ ସୁଦୃଢ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ତେଣୁ ଆସନ୍ତା ସୁପର ସୋମବାରରେ ଏହି ଧାରାବାହିକ ଓ ରିଆଲିଟି ସୋ ଗୁଡିକ ପୁଣି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆମର ବିଶ୍ୱାସ ।
Comments are closed.