ଗୋଟିଏ ପରିବାରରୁ ଆତ୍ମହତ୍ୟା କଲେ ୯ଜଣ
ସାଙ୍ଗଲି : ମହାରାଷ୍ଟ୍ରର ସାଙ୍ଗଲି ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୯ଜଣ ବ୍ୟକ୍ତିଙ୍କ ମୃତଦେହ ଏକ ଘରୁ ଜବତ କରାଯାଇଛି। ଏହାପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ଖେଳିଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପ୍ରାରମ୍ଭିକ ତଦନ୍ତ କରିବା ସହ ଏହା ଏକ ସାମୂହିକ ଆତ୍ମହତ୍ୟା ବୋଲି କହିଛି। ଏହି ଘଟଣା ରାଜଧାନୀ ମୁମ୍ବାଇରୁ ୩୫୦କିଲୋମିଟର ଦୂର ସାଙ୍ଗଲି ଜିଲାର ମହିସଲ୍ର ବୋଲି ସୂଚନା ମିଳିଛି।
Comments are closed.