ପୁଣି ରାଜଧାନୀରେ ଛାତ୍ରୀଙ୍କ ଆତ୍ମହତ୍ୟା
ଭୁବନେଶ୍ୱର : ପୁଣି ରାଜଧାନୀରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଆଚାର୍ଯ୍ୟବିହାରରେ ଥିବା ଏକ ଭଡାଘରୁ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ବେକରେ ଫାଶୀ ଲଗାଇଥିବା ଅବସ୍ଥାରେ ପୋଲିସ୍ ତାଙ୍କ ମୃତଦେହ ଜବତ କରିଛି । ଉକ୍ତ ଛାତ୍ରୀ ଜଣଙ୍କ ଏକ ଘରୋଇ ଇଂଜିୟରିଂ କଲେଜର ଏମସିଏ ଛାତ୍ରୀ ଥିଲେ ବୋଲି ଜଣାପଡିଛି । ତେବେ କାହିଁକି ଛାତ୍ରୀ ଜଣଙ୍କ ଏଭଳି ଚରମ ପଦକ୍ଷପ ନେଲେ, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନାଥାଉକି, ନିକଟରେ ବିଜେବି କଲେଜର ଛାତ୍ରୀ ନିବାସରୁ ରୁଚିକା ମହାନ୍ତି ନାମକ ଜଣେ ଛାତ୍ରୀ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।
Comments are closed.