ଦେଶର ପ୍ରଥମ ରକେଟ ବିକ୍ରମ-ଏସ୍ର ସଫଳତାର ସହ ଉତକ୍ଷେପଣ
ନୂଆଦିଲ୍ଲୀ: ଇଶ୍ରୋର ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଯୁଗର ଆରମ୍ଭ। ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ୍ର ସଫଳତାର ସହ ଉତକ୍ଷେପଣ ହୋଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ଲଞ୍ଚ ପ୍ୟାଡରୁ ଏହି ରକେଟ ଉତକ୍ଷେପଣ ହୋଇଛି। ହାଇଦ୍ରାବାଦ ଭିତ୍ତିକ ସ୍ପେସ୍ ଷ୍ଟାର୍ଟଅପ୍ ସ୍କାଇରୁଟ୍ ଏରୋସ୍ପେସ୍ ଏହି ରକେଟ୍ ନିର୍ମାଣ କରିଛି। ସ୍କାଇରୁଟ୍ ଏରୋସ୍ପେସର ପ୍ରଥମ ମିଶନ୍, ଯାହାର ନାମ ‘ପ୍ରାରମ୍ଭ’ ରଖାଯାଇଛି। ଚେନ୍ନାଇଠାରୁ ୧୧୫ କିମି ଦୂର ଶ୍ରୀହରିକୋଟାଠାରେ ଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନର ଲଞ୍ଚପ୍ୟାଡରୁ ଏହା ଉତକ୍ଷେପଣ କରାଯାଇଛି। ମିଶନ ସଫଳ ହୋଇଥିବାରୁ ସ୍କାଇରୁଟ୍ ଏରୋସ୍ପେସ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଛି।
ଏହାକୁ ଏକ ନୂତନ ଯୁଗର ଆରମ୍ଭ ଭାବରେ ବିବେଚନା କରାଯାଉଛି। କାରଣ ୨୦୨୦ ମସିହାରେ ଘରୋଇ କ୍ଷେତ୍ର ପାଇଁ ମହାକାଶକୁ ଖୋଲାଯାଇଛି। ସ୍କାଇରୁଟ୍ ଏରୋସ୍ପେସ୍ ସିଇଓ ନାଗା ଭରତ ଡାକ କହିଛନ୍ତି ବିକ୍ରମ-ଏସ ରକେଟ ହେଉଛି ଏକ ସିଙ୍ଗିଲଷ୍ଟେଜ ସବ୍-ଅର୍ବିଟାଲ୍ ଲଞ୍ଚ ଯାନ।
Comments are closed.