କେନ୍ଦ୍ରକୁ କଡା ନିର୍ଦ୍ଦେଶ, ମେସେଜ ପଠାଇବା ବନ୍ଦ କର

ନିର୍ବଚନ ଆଦର୍ଶ ଆଚରଣ ବିଧି ବା କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହୋଇ ସାରିଥିବାରୁ ରାଜନୈତିକ ଦଳ ଉପରେ କଡା ନଜର ରଖିଛନ୍ତି ଇଲେକ୍ସନ କମିଶନ। ଏହିପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କୁ ଏତ ନୋଟିସ୍ ଏକ ପଠାଇଛନ୍ତି। ହ୍ୱାଟ୍ସଆପରେ ‘ବିକଶିତ ଭାରତ’ ମେସେଜକୁ ତୁରନ୍ତ ବନ୍ଦ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ମଧ୍ୟ କାହିଁକି ହ୍ୱାଟ୍ସଆପରେ ଏହି ମେସେଜ୍ ପଠାଯାଉଛି, ତୁରନ୍ତ ଉତ୍ତର ରଖିବାକୁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲ୍ ପ୍ୟାନେଲ।

MeitY ଏହି ମେସେଜ୍ ପଠାଇବା ଫଳରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନେଇ ଏକାଧିକ ଅଭିଯୋଗ ହେବା ପରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସେପଟେ ମନ୍ତ୍ରଣାଳୟ ପ୍ୟାନେଲକୁ କହିଛି ଯେ, ପ୍ରଧାନମନ୍ତ୍ରୀଙ୍କ ନାମ ଉଲ୍ଲେଖ ଥିବା ଚିଠି ମାର୍ଚ୍ଚ ୧୫ରେ ପଠାଇ ଦିଆଯାଇଥିଲା। ଏହା ପର ଦିନ କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହୋଇଥିଲା। ସେଥିମଧ୍ୟରୁ କିଛି ମେସେଜ୍ ଏବେ ଡେଲିଭର୍ ହେଉଛି। ସିଷ୍ଟମ୍ ଏବଂ ନେଟୱାର୍କ ସମସ୍ୟା କାରଣରୁ ଏପରି ହୋଇ ଥାଇପାରେ ବୋଲି ମନ୍ତ୍ରଣାଳୟ କହିଛି।

Comments are closed.