ବଢ଼ିଯିବ ଭାରତୀୟ ସେନାର ଶକ୍ତି !!

ନୂଆଦିଲ୍ଲୀ : ୨୦୧୮ ଭାରତ ଓ ଋଷ ଚୁକ୍ତି ଅନୂଯାଇ ଶକ୍ତିଶାଳୀ ଏସ୍‌-୪୦୦ ଡିଫେନ୍ସ ମିସାଇଲ ସିଷ୍ଟମର ଡେଲିଭରୀ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଋଷର ଏହି ଶକ୍ତିଶାଳୀ ଡିଫେନ୍ସ ମିସାଇଲ ସିଷ୍ଟମ ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି । ଯାହାକୁ ନେଇ ଭାରତୀୟ ସେନାର ଶକ୍ତି ଆହୁରି ବୃଦ୍ଧି ପାଇବାକୁ ଯାଉଛି ।ତେବେ ପୂର୍ବରୁ ତୁର୍କୀ ଓ ଚୀନ ସେନାରେ ସାମିଲ ହୋଇଥିବା ଏହି ଏସ୍‌-୪୦୦ ଡିଫେନ୍ସ ମିସାଇଲ ସିଷ୍ଟମ ଏବେ ଭାରତୀୟ ସେନାରେ ମଧ୍ୟ ସାମିଲ ହେବାକୁ ଯାଉଛି । ପର୍ଯ୍ୟାୟ କ୍ରମରେ ଋଷରୁ ଏହି ମିସାଇଲ ସିଷ୍ଟମ ଭାରତ ଆସିବ ବୋଲି ସୂଚନା ମିଳିଛି । ଋଷରୁ ଡେଲିଭରୀ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ସମସ୍ତ ଏସ୍‌-୪୦୦ ଡିଫେନ୍ସ ମିସାଇଲ୍ ସିଷ୍ଟମ ଆସିବା ପରେ ବିଦ୍ଧିବଧ ଭାବରେ ଏହାକୁ ଭାରତୀୟ ସେନାରେ ସାମିଲ କରାଯିବ ବୋଲି ଜଣାପଡିଛି ।

Comments are closed.