ନୀତିଶ କୁମାର ଗାଡ଼ିକୁ ପଥର ମାଡ଼
ବିହାରର ରାଜଧାନୀ ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗାଡି ଉପରକୁ ପଥରରେ ଆକ୍ରମଣ। ପଥର ମାଡରେ ଅନେକ ଗାଡିର କାଚ ଭାଙ୍ଗିଯାଇଛି। ଆକ୍ରମଣ ସମୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୌଭାଗ୍ୟବଶତଃ ଗାଡିରେ ନଥିଲେ । ଏହି ଘଟଣାରେ ଏପର୍ଯ୍ୟନ୍ତ ୧୩ ଜଣ ଗିରଫ ହୋଇଛନ୍ତି। ଏହି ଘଟଣା ରାଜଧାନୀ ପାଟନାର ଗୌରୀଚକର ସୋହଗି ଗାଁ ନିକଟରେ ଘଟିଛି। କିଛି ଅଜ୍ଞାତ ଲୋକ ପଥରମାଡ କରିଥିଲେ। ଏହି କାରକେଡରେ କେବଳ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଥିବା ସୁରକ୍ଷାକର୍ମୀ ରହିଥିଲେ।
ସୂଚନାଯୋଗ୍ୟ, ସୋମବାର ଦିନ ନୀତୀଶ କୁମାର ବିହାର ଜିଲ୍ଲାର ଗୟାକୁ ଯିବାର କାର୍ଯ୍ୟକ୍ରମ ରହିଥିଲା। ସେଠାରେ ମରୁଡି ସ୍ଥିତିକୁ ନେଇ ଏକ ବୈଠକରେ ଯୋଗ ଦେଇଥାନ୍ତେ।ଏଥିସହ ସେଠାରେ ନିର୍ମାଣଧୀନ ରବର ଡ୍ୟାମର ସ୍ଥିତି ନୀରିକ୍ଷଣ କରିବେ। ମୁଖ୍ୟନ୍ତ୍ରୀ ଗୟା ହେଲିକ୍ଟପରରେ ଯିବେ କିନ୍ତୁ ହେଲିପ୍ୟାଡରୁ ଅନ୍ୟ ଜାଗାକୁ ଯିବା ପାଇଁ ତାଙ୍କ କାରକେଡ୍ ପଟନା ପଠାଯାଇଥିଲା।
ତେବେ ପ୍ରାୟ ଗୋଟିଏ ସପ୍ତାହ ତଳେ ନିଖୋଜ ଯୁବକଙ୍କ ମୃତଦେହ ବେଉରରୁ ମିଳିଛି। ଏହାକୁ ନେଇ ଉତ୍ତେଜିତ ଗାଁ ଲୋକେ ଗୌରୀଚଚକର ସହୋଗି ବାଙ୍କ ନିକଟରେ ପାଟନା-ଗୟା ମୁଖ୍ୟ ମାର୍ଗରେ ଚକା ଜାମ କରିଥିଲେ। ଠିକ୍ ଏହି ସମୟରେ ଉକ୍ତ ମାର୍ଗ ଦେଇ ନୀତୀଶ କୁମାରଙ୍କ କାରକେଡ୍ ଯାଉଥିଲା।ଏହାକୁ ଦେଖି ଗାଁ ଲୋକେ ଉଗ୍ର ହୋଇ ଉଠିଥିଲେ ଏବଂ ଗାଡି ଉପରକୁ ପଥରମାଡ କରିବା ଆରମ୍ଭ କରି ଦେଇଥିଲେ। ଫଳରେ ଅନେକ ଗାଡିର କାଚ ଭାଙ୍ଗିଯାଇଥିଲା।
Comments are closed.