ବଢ଼ିଲା ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଟ

ନର୍ସିଂ, ଫାର୍ମାସୀ ଓ ଆଲାଏଡ୍ ମେଡିକାଲି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବଢ଼ାଇଛନ୍ତି ରାଜ୍ୟ ସରକାର। ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଡି’ ଫାର୍ମା ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ୫୦୦ ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବରୁ ସେମାନେ ମାସିକ ୨୫୦ ଟଙ୍କା ଷ୍ଟାଇପେଣ୍ଡ ପାଉଥିଲେ। ସେହିପରି ଏଏନ୍‌ଏମ୍‌ଙ୍କ ମାସିକ ଷ୍ଟାଇପେଣ୍ଡ ୨୦୦୦ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ BSC ନର୍ସିଂ (ଇଣ୍ଟର୍ନଶିପ୍‌)ଙ୍କ ଷ୍ଟାଇପେଣ୍ଡ ୫ ହଜାର ଟଙ୍କା ଓ ଏମ୍‌ଫିଲ୍‌ (କ୍ଲିନିକାଲ ସାଇକୋଲୋଜି ଓ ସାଇକ୍ରାଟିକ୍‌ ସୋସିଆଲ ୱାର୍କ) ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ପୂର୍ବରୁ ଏଏନ୍‌ଏମ୍‌ ମାନେ ମାସିକ ୧୦୦୦ ଟଙ୍କା ଷ୍ଟାଇପେଣ୍ଡ ପାଉଥିବା ବେଳେ BSC ନର୍ସିଂ (ଇଣ୍ଟର୍ନଶିପ୍‌) କରୁଥିବା ଛାତ୍ରଛାତ୍ରୀମାନେ ୨୫୦୦ ଏବଂ କ୍ଲିନିକାଲ ସାଇକୋଲୋଜି ଓ ସାଇକ୍ରାଟିକ୍‌ ସୋସିଆଲ ୱାର୍କରେ ଏମ୍‌ଫିଲ୍‌ କରୁଥିବା ଛାତ୍ରଛାତ୍ରୀମାନେ ମାସିକ ୭୦୦୦ ଟଙ୍କା ଲେଖାଏଁ ଷ୍ଟାଇପେଣ୍ଡ ପାଉଥିଲେ।

Comments are closed.