ପୁଣି ରାଜ୍ୟକୁ ଘାରିଲାଣି କରୋନା ଚିନ୍ତା

ଭୁବନେଶ୍ୱର: ରାଜ୍ୟରେ ଦିନେ କମିଲେ ଦିନେ ବଢୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ରାଜ୍ୟରେ ୧୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ  ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୦ଜଣ ରହିଥିବାବେଳେ ୫ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୨, ଖୋର୍ଦ୍ଧାରୁ ୯, ସମ୍ବଲପୁରରୁ ୧, ସୁନ୍ଦରଗଡରୁ ୧ ଓ ରାଜ୍ୟପୁଲରୁ ୨ଜଣ ରହିଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୮୮ହଜାର ୩୭୨କୁ ବୃଦ୍ଧି ପାଇଛି  । ଆଜି ୨୧ଜଣ କରୋନାକୁ ମାତ୍ ଦେଇଛନ୍ତି । ଏହାକୁ ରାଜ୍ୟରେ ମୋଟ କରୋନା ସୁସ୍ଥକଙ୍କ ସଂଖ୍ୟା ୧୨ଲକ୍ଷ ୭୯ହଜାର ୮୩ରେ ପହଞ୍ଚିଛି ଓ ବର୍ତ୍ତମାନ ସକ୍ରିୟ ମାମଲା ୧୧୦ ରହିଛି ।

Comments are closed.