ରାଜ୍ୟ ବିଜେପିର ନୂଆ ଟିମ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ଵ

ଭୁବନେଶ୍ୱର:ରାଜ୍ୟ ବିଜେପିର ନୂଆ ଟିମ । ନିଜ ଟିମରେ କାହାକୁ ସାମିଲ କଲେ ରାଜ୍ୟ ସଭାପତି ମନମୋନହ ସାମଲ ? କାହାକୁ ଦେଲେ କେଉଁ ପଦବୀ ? ପ୍ରକାଶ ପାଇଲା ତାଲିକା । ୨୦୨୪ ନିର୍ବାନକୁ ଦୃଷ୍ଟିରେ ରଖି ଟିମ ପ୍ରସ୍ତୁତ କରିଛନ୍ତି ମନମୋହନ ସାମଲ ।

ଜାରି ହେଲା ବିଜେପି ରାଜ୍ୟ ପଦାଧିକାରୀଙ୍କ ତାଲିକା । ୩୫ ଜଣିଆ ତାଲିକା ଜାରି କଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ମନମୋହନ ସାମଲ । ତାଲିକାରେ ଅଛନ୍ତି ୧୦ ଜଣ ଉପସଭାପତି, ୫ ସାଧାରଣ ସମ୍ପାଦକ । ଉପସଭାପତି ଭାବେ ଦାୟିତ୍ୱ ନେଇଛନ୍ତି ନାଉରୀ ନାୟକ, ଅପରାଜିତା ଷଡ଼ଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ମହାପାତ୍ର, କୁସୁମ ଟେଟେ, ଲେଖାଶ୍ରୀ ସାମନ୍ତସିଂହାର, ସୁକେଶି ଓରାମ ଓ ବିରଞ୍ଚିନାରାୟଣ ତ୍ରିପାଠୀ ।

ସେହିପରି ବିଜେପି ଯୁବ ମୋର୍ଚ୍ଚା ସଭାପତି ପଦରେ ଅଭିଳାଷ ପଣ୍ଡା ଥିବାବେଳେ ମହିଳା ମୋର୍ଚ୍ଚା ସଭାପତି ଦାୟିତ୍ୱରେ ଅଛନ୍ତି ଡକ୍ଟର ଐଶ୍ୱର୍ଯ୍ୟା ବିଶ୍ୱାଳ । କିଷାନ ମୋର୍ଚ୍ଚା ସଭାପତି ଭାବେ ମହେଶ୍ୱର ସାହୁଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଅନ୍ୟପଟେ ଏସ୍‌ଟି ମୋର୍ଚ୍ଚା ପାଇଁ ନିତ୍ୟାନନ୍ଦ ଗଣ୍ଡ, ଏସ୍‌ସି ମୋର୍ଚ୍ଚା ପାଇଁ ବିଭୁପ୍ରସାଦ ତରାଇଙ୍କୁ ସଭାପତି ଦାୟିତ୍ୱ ମିଳିଛି । ଓବିସି ମୋର୍ଚ୍ଚା ସଭାପତି ଭାବେ ସୁରଥ ବିଶ୍ୱାଳଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ।

Comments are closed.