ଆଜି ଖାଲି ହାତରେ ଫେରିବ ଷ୍ଟାରଲାଇନର୍, ଫେବୃଆରୀ ୨୫ରେ ଫେରିବେ ସୁନିତା ୱିଲିୟମ୍ସ, ବୁଚ୍ ୱିଲ୍ମୋର୍
ମହକାଶରେ ଦୀର୍ଘ ତିନି ମାସ ଧରି ଫସି ରହିଥଵବା ଦୁଇ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋରଙ୍କ ବିନା ବୋଇଂ ଷ୍ଟାରଲାଇନର୍ ଆଜି ପୃଥିବୀ ପୃଷ୍ଠକୁ ଫେରି ଆସିବ। ଏଥିନେଇ ଗୁରୁବାର ନାସା ପକ୍ଷରୁ ସୂଚନା ଦିଆଯାଇଛି। ସେପ୍ଟମ୍ବର ୬ ତାରିଖ ଭାରତୀୟ ସମୟ ରାତି ୩.୩୦ ମିନିଟ୍ ସମୟରେ ଷ୍ଟାରଲାଇନର କ୍ୟାପସୁଲ ନ୍ୟୁ ମେକ୍ସିକୋସ୍ଥିତ ହ୍ବାଇଟ୍ ଲ୍ୟାଣ୍ଡରେ ଅବତରଣ କରିବ ବୋଲି ସୂଚନା ମିଳିଛି। କିନ୍ତୁ ଦୁଇ ମହାକାଶଚାରୀଙ୍କୁ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସଏସ୍)ରେ ଛାଡି ଷ୍ଟାରଲାଇନର ପୃଥିବୀ ପୃଷ୍ଠକୁ ଫେରୁ ଥିବାରୁ ନାସା ବୈଜ୍ଞାନିକମାନଙ୍କ ସମେତ ଅନ୍ୟ ମହଲରେ ଅସନ୍ତୋଷ ଦେଖାଯାଇଛି।
ଷ୍ଟାରଲାଇନର ମହାକାଶକୁ ଯାତ୍ରା କରିବା ସମୟରୁ ଏଥିରେ ବୈଷୟିକ ତ୍ରୁଟି ରହିଥିଲା ବେଳେ ଜଣାପଡ଼ିଥିଲା। ଏହାର କିଛି ଅଂଶରୁ ହିଲିୟମ୍ ଗ୍ୟାସ୍ ଲିକ୍ କରୁଥିବା କୁହାଯାଇଥିଲା। ଏହାସତ୍ତ୍ବେ ଦୁଇ ମହାକାଶଚାରୀଙ୍କୁ ନେଇ ଏହା ମହାକାଶ ଅଭିମୁଖେ ଯାତ୍ରା କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ହିଲିୟମ ଗ୍ୟାସ ଲିକ୍କୁ ନେଇ ଏହାର ବିଭିନ୍ନ ଥ୍ରଷ୍ଟର କାର୍ଯ୍ୟ କରୁ ନଥିବା ଜଣାପଡ଼ିଥିଲା। ଯାହାକୁ ନେଇ ସୁନିତା ଏବଂ ୱିଲମୋରଙ୍କ ଫେରିବା ନେଇ ଅନିଶ୍ଚିତତା ଦେଖାଯାଇଥିଲା।
Comments are closed.