ସହଯୋଗୀ ବାଛିଲେ ବାଚସ୍ପତି
ଭୁବନେଶ୍ୱର : ଗୃହକାର୍ଯ୍ୟ ସୂଚାରୁରୂପେ ସମ୍ପାଦିତ କରିବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅଧିଷ୍ଠାତା ମଣ୍ଡଳୀ ଓ କାର୍ଯ୍ୟ ପରାମର୍ଶଦାତା କମିଟି ଗଠନ କରିଛନ୍ତି ।
ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ, ଶଶୀଭୂଷଣ ବେହେରା, ସ୍ନେହାଗିନୀ ଛୁରୀଆ, ମନୋହର ରାନ୍ଧାରୀ, ସୁବାସ ପାଣିଗ୍ରାହୀ ଓ ସନ୍ତୋଷ ସିଂ ସାଲୁଜା ଅଧିଷ୍ଠାତା ମଣ୍ଡଳୀରେ ରହିଛନ୍ତି । ବାଚସ୍ପତି ଓ ଉପବାଚସ୍ପତିଙ୍କ ଅନୁପସ୍ଥିତିରେ ଅଧିଷ୍ଠାତା ଗୃହ କାର୍ଯ୍ୟ ପରିଚାଳନା କରିବେ ।
ସେହିପରି ଗୃହ କିଭଳି ସୁରୁଖୁରୁରେ ଚାଲିପାରିବ ସେଥିପାଇଁ ଏକ କାର୍ଯ୍ୟ ପରାମର୍ଶ ଦାତା କମିଟି ଗଠନ କରାଯାଇଛି । ବାଚସ୍ପତି ଶ୍ରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଏସସିଏସଟି ମନ୍ତ୍ରୀ ଜଗନ୍ନାଥ ସାରକା, ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ଶାସକ ଦଳର ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର କମିଟିରେ ସ୍ଥାନ ପାଇଛନ୍ତି ।
Comments are closed.