ଇଡିରେ ହଜାର ହେବାକୁ ସମୟ ଲୋଡିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ନ୍ୟାସନାଲ ହେରଲ୍ଡ ମନି ଲଣ୍ଡ୍ରିଂ ମାମଲାରେ ସୋନିଆ ଗାନ୍ଧି ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ନୋଟିସ୍ ପାଳନ କରିପାରୁ ନାହାନ୍ତି। ସୋନିଆ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ କୋଭିଡରୁ ସୁସ୍ଥ ହୋଇପାରିନଥିବାରୁ ସେ ଇଡିରେ ହାଜର ହେବା ଲାଗି ଅଧିକ ସମୟ ମାଗିଛନ୍ତି।

ଗତ ଗୁରୁବାର ସୋନିଆ କୋଭିଡ ପଜିଟିଭ ଥିବା ଜଣାପଡିଥିଲେ। ସେ ସଂକ୍ରମିତ ଥିବା ଜାଣିବା ପରେ ଇଡିଙ୍କୁ ପତ୍ର ଲେଖି ପଚରା ଉଚରା ଲାଗି ଅଧିକ ସମୟ ମାଗିଥିଲେ। ସୋନିଆ ଲେଖିଥିବା ପତ୍ରରେ ତାଙ୍କର ତାଜା ଯାଞ୍ଚ ରିପୋର୍ଟ ନେଗେଟିଭ ଆସିନଥିବା ସୂଚିତ କରିଛନ୍ତି। ଏଣୁ ପଚରା ଉଚରା ତାରିଖ ଆଗକୁ ବଢାଇବାକୁ ନିବେଦନ କରିଛନ୍ତି। ଏହି ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମଧ୍ୟ ନୋଟିସ କରାଯାଇଥିଲା। ତାଙ୍କୁ ଜୁନ ୨ ତାରିଖରେ ଇଡିରେ ହାଜର ହେବାକୁ କୁହାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ ନ୍ୟାସନାଲ ହେରଲ୍ଡ ମନି ଲଣ୍ଡ୍ରିଂ ମାମଲାରେ ପଚରା ଉଚରା ଲାଗି ଇଡି ରାହୁଲ ଓ ସୋନିଆ ଗାନ୍ଧିଙ୍କୁ ନୋଟିସ କରିଛନ୍ତି। ନ୍ୟାସନାଲ ହେରଲ୍ଡ  ଆସୋସିଏଟେଡ ଜର୍ଣ୍ଣାଲସ ଲିମିଟେଡ (ଏଜିଏଲ) ଦ୍ୱାରା ପ୍ରକାଶିତ ହୋଇଥାଏ। ଏହାର ମାଲିକାନା ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡଙ୍କ ନିକଟରେ ରହିଛି।

Comments are closed.